ନ୍ୟୁୟର୍କ: ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ କାନାଡା ପଦକ୍ଷେପ ନେଉଛି। ଜାତିସଂଘ ସାଧାରଣ ସଭାର ୮୧ତମ ଅଧିବେଶନରେ କାନାଡାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ ଭାରତ ଓ ଚୀନ୍ ଭଳି ବଡ଼ ଅର୍ଥନୀତି ସହ ନୂଆ ସମ୍ପର୍କ ଗଢ଼ିବା ଉପରେ ଜୋର ଦେଇଛନ୍ତି।

ଶନିବାର UN General Assemblyର ଉଚ୍ଚସ୍ତରୀୟ ଆଲୋଚନାରେ ଅନିତା ଆନନ୍ଦ କହିଥିଲେ ଯେ କାନାଡା ନିଜର ବାଣିଜ୍ୟିକ ସମ୍ପର୍କକୁ ଅଧିକ ବିବିଧ କରିବା ଉପରେ ଗୁରୁତ୍ୱ ଦେଉଛି। ଏଥିପାଇଁ ଇଣ୍ଡୋ-ପାସିଫିକ୍, ଗଲ୍ଫ ଅଞ୍ଚଳ ଏବଂ ଲାଟିନ୍ ଆମେରିକାର ଦେଶଗୁଡ଼ିକ ସହ ନୂଆ ସୁଯୋଗ ଖୋଜାଯାଉଛି। ଏହି ପ୍ରକ୍ରିୟାରେ ଭାରତ ଓ ଚୀନ୍ ଭଳି ବଡ଼ ଅର୍ଥନୀତି ସହ ପୁଣି ନୂଆ ସମ୍ପର୍କ ଗଢ଼ିବା ମଧ୍ୟ ସାମିଲ ଅଛି ବୋଲି ସେ କହିଥିଲେ।

ଭାରତ ସହ ବହୁପକ୍ଷୀୟ ସହଯୋଗ ଉପରେ କାନାଡା ଓ ଭାରତ ମିଶି ଜାତିସଂଘର ବ୍ୟବସ୍ଥାରେ ସୁଧାର ଏବଂ ବହୁପକ୍ଷୀୟ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ମଧ୍ୟ କାମ କରୁଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆ, ବାର୍ବାଡୋସ୍, ବ୍ରାଜିଲ୍, କାନାଡା ଓ କେନିଆର ନେତାଙ୍କ ସହ ମିଶି ଅଧ୍ୟକ୍ଷତା କରିଥିଲେ  l ଅନିତା ଆନନ୍ଦ କହିଥିଲେ ଯେ ବିଶ୍ୱରେ ନୂଆ ମେଣ୍ଟ ଓ ସହଯୋଗ ଗଢ଼ି ଉଠୁଥିବା ସମୟରେ ଜାତିସଂଘ ବ୍ୟବସ୍ଥାକୁ ମଧ୍ୟ ମଜବୁତ କରିବା ଆବଶ୍ୟକ। 

ଜୟଶଙ୍କର-ଅନିତାଙ୍କ ଆଲୋଚନା UNGA ଅଧିବେଶନ ଅବସରରେ ଏସ୍. ଜୟଶଙ୍କର ଓ ଅନିତା ଆନନ୍ଦଙ୍କ ମଧ୍ୟରେ ମଧ୍ୟ ଆଲୋଚନା ହୋଇଥିଲା। ଜୟଶଙ୍କର ସୋସିଆଲ ମିଡିଆରେ ଏହି ବୈଠକକୁ ‘ପ୍ରଡକ୍ଟିଭ୍ ଡିସକସନ୍’ ବୋଲି କହିଥିଲେ। ଦୁଇ ଦେଶ ସମ୍ପର୍କକୁ ‘ହାୟର ଲେଭଲ୍’ ବା ଆହୁରି ଉଚ୍ଚ ସ୍ତରକୁ ନେବା ପାଇଁ ପ୍ରସ୍ତୁତ ହେଉଥିବା ସେ ସୂଚନା ଦେଇଥିଲେ।

also read - ବିଦ୍ୟୁତ୍ ଚାହିଦା ବଢ଼ିଲା: ୧୧୨ଟି କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟକୁ ପୂରା କ୍ଷମତାରେ ଚଳାଇବାକୁ କେନ୍ଦ୍ରର ନିର୍ଦ୍ଦେଶ

ଡିସେମ୍ବରରେ ମୋଦୀଙ୍କ କାନାଡା ଗସ୍ତ? ଏହାରି ମଧ୍ୟରେ ଭାରତ-କାନାଡା ସମ୍ପର୍କରେ ଆଉ ଏକ ବଡ଼ ଚର୍ଚ୍ଚା ହେଉଛି। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ମାସରେ କାନାଡା ଯାଇପାରନ୍ତି।

କାର୍ନିଙ୍କ ଅନୁସାରେ, ଭାରତ ଓ କାନାଡା ମଧ୍ୟରେ ବାଣିଜ୍ୟ ଆଲୋଚନାରେ ମଧ୍ୟ ଅଗ୍ରଗତି ହେଉଛି। ବାଣିଜ୍ୟ ସହ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ଏବଂ ସୁରକ୍ଷା ସହଯୋଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଭାରତ ଓ କାନାଡା ମଧ୍ୟରେ ଗତ କିଛି ବର୍ଷରେ କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଯାଇଥିଲା। କିନ୍ତୁ ୨୦୨୫ରେ ମାର୍କ କାର୍ନି କାନାଡାର ପ୍ରଧାନମନ୍ତ୍ରୀ ହେବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୁଣି ସ୍ୱାଭାବିକ ହେବାର ସଙ୍କେତ ଦେଖାଯାଉଛି।

ଏବେ ଭାରତ-କାନାଡା ବାଣିଜ୍ୟ, ସୁରକ୍ଷା ଓ କୂଟନୈତିକ ସମ୍ପର୍କ କେଉଁ ଦିଗକୁ ଯାଉଛି, ତା’ ଉପରେ ନଜର ରହିଛି।