ଭୁବନେଶ୍ବର ୩୦।୮: ଗ୍ୟାସ୍ କନେକସନରୁ ଟେନସନ କମିଲା । କର୍ମଜୀବୀ, ଛାତ୍ରଛାତ୍ରୀ, ନୂଆ ଭଡ଼ାଟିଆ ଓ ସହରାଞ୍ଚଳର ଗ୍ରାହକ ମାନଙ୍କ ପାଇଁ ଖୁସି ଖବର । ପ୍ରଥମ ଥର ପାଇଁ ଭୁବନେଶ୍ବର ଓ କଟକରେ ମିଳିବ ଇଣ୍ଡେନ୍‌ର ‘XTRALITE NOW’, ପ୍ଲାଷ୍ଟିକ ଗ୍ୟାସ ଟାଙ୍କି । ଆବେଦନର ମାତ୍ର ୩ ଘଣ୍ଟାରେ ଘରେ ଡୋର ଷ୍ଟେପରେ ମିଳିବ ନୂଆ LPG ସିଲିଣ୍ଡର । ‘XTRALITE NOW’ ହେଉଛି ୧୦ କେଜି କ୍ଷମତା ବିଶିଷ୍ଟ ଏକ କମ୍ପୋଜିଟ୍ LPG ସିଲିଣ୍ଡର ।

ପାରମ୍ପରିକ ଷ୍ଟିଲ୍ ସିଲିଣ୍ଡର ତୁଳନାରେ ଏହା ଅଧିକ ହାଲୁକା, କଳଙ୍କି ଲାଗିବ ନାହିଁ ଓ ଆକର୍ଷଣୀୟ ଡିଜାଇନ୍‌ରେ ରହିଛି । ସିଲିଣ୍ଡରର ସ୍ୱଚ୍ଛ ବଡି ଯୋଗୁଁ ଗ୍ରାହକ ମାନେ ସହଜରେ ଭିତରେ ଥିବା LPGର ପରିମାଣ ଦେଖିପାରିବେ । ନୂଆ ସଂଯୋଗ ପାଇଁ କେବଳ ପରିଚୟ ପତ୍ର ଆବଶ୍ୟକ ହେବ । ଠିକଣା ପ୍ରମାଣପତ୍ରର ଆବଶ୍ୟକତା ନଥିବାରୁ କର୍ମଜୀବୀ, ଛାତ୍ରଛାତ୍ରୀ, ନୂଆ ଭଡ଼ାଟିଆ ଓ ସହରାଞ୍ଚଳର ଗ୍ରାହକମାନେ ସହଜରେ ଏହି ସେବା ପାଇପାରିବେ ।

Also Read:- ବାଇକ୍ ତଳେ ଚାପି ହୋଇ ଛଟପଟ ହେଉଥିଲେ ଡେଲିଭରି ବୟ, CCTV ଦେଖି ଉଦ୍ଧାର କଲେ ଯୁବକ

IndianOil ONE App, କଷ୍ଟମର ପୋର୍ଟାଲ୍, WhatsApp, ବିତରକଙ୍କ ମାଧ୍ୟମରେ ବୁକିଂ କରାଯାଇପାରିବ । ବୁକିଂ ପରେ ୩ ଘଣ୍ଟା ମଧ୍ୟରେ ସିଲିଣ୍ଡର ଘରେ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି ।

ତେବେ କେମିତି କେଉଁ ଉପାୟରେ କର୍ମଜୀବୀ, ଛାତ୍ରଛାତ୍ରୀ, ନୂଆ ଭଡ଼ାଟିଆ ଓ ସହରାଞ୍ଚଳର ଗ୍ରାହକ ମାନେ ପାଇପାରିବେ ସେନେଇ କ’ଣ କହୁଛନ୍ତି ଆଇଓସିଏଲ ସିଜିଏମ କମଲ ସିଲ୍‌ ଶୁଣନ୍ତୁ…