ନ୍ୟୁଚଣ୍ଡିଗଡ଼: ଏଠାରେ ମୁଲ୍ଲାନପୁର ଷ୍ଟାଡିୟମରେ ଖେଳା ଯାଉଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ଵିତୀୟ ଟି-୨୦। ପ୍ରଥମ ଟି-୨୦କୁ ଜିତି ୧-୦ରେ ଅଗ୍ରଣୀ ହାସଲ କରିଛି ଭାରତ। ଦ୍ଵିତୀୟ ଟି-୨୦ ଜିତି ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି ଭ୍ରମଣକାରୀ ଦଳ। ଏହି ମୁକାବିଲାରେ ଟସ୍ ଜିତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବ। ଭାରତର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ଘଟିନି। ଭ୍ରମଣକାରୀ ଦଳରେ ତିନୋଟି ପରିବର୍ତ୍ତନ ଘଟିଛି।

​​​​​​​କଟକରେ ଖେଳାଯାଇଥିବା ପ୍ରଥମ ମୁକାବିଲାକୁ ଟିମ୍ ଇଣ୍ଡିଆ ୧୦୧ରନରେ ଜିତି ନେଇଥିଲା । ଦ୍ୱିତୀୟ ମୁକାବିଲାରେ ମଧ୍ୟ ଦଳ ଏପରି କିଛି ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ସେହପରି ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜକୁ ବରାବର କରିବା ପାଇଁ ଲକ୍ଷ୍ୟ ରଖିବ । ଉଭୟ ଦେଶ ଏବେ ସୁଦ୍ଧା ୩୨ଟି ଟି୨୦ ମୁକାବିଲା ଖେଳିଛନ୍ତି । ଏହାମଧ୍ୟରୁ ଭାରତ ୧୯ଟିରେ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୧୨ଟି ମୁକାବିଲା ଜିତିପାରିଛି । ସେହିପରି ଗୋଟିଏ ମ୍ୟାଚ ଟାଇ ରହିଛି ।

ଭାରତ

ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା(ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ।

ଦକ୍ଷିଣ ଆଫ୍ରିକା​​​​​​​

କ୍ଵିଣ୍ଟନ ଡି କକ୍(ଓ୍ଵିକେଟ୍ କିପର), ରିଜା ହେଣ୍ଡ୍ରିକ୍ସ, ଆଡନ ମାରକ୍ରମ(ଅଧିନାୟକ), ଡିଓ୍ଵାର୍ଲ୍ଡ ବ୍ରେଭିସ, ଡେଭିଡ ମିଲର, ଡୋନୋଭାନ ଫରେରା, ଜର୍ଜ ଲିଣ୍ଡେ, ମାର୍କୋ ଜନସେନ, ଲୁଠୋ ସିପମ୍ଲା, ଲୁଙ୍ଗି ଏନଗିଡି, ଅଟନିଲ ବାର୍ଟମ୍ୟାନ।