ନୂଆଦିଲ୍ଲୀ, ୧୨/୧୨:ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଟି୨୦ସିରିଜଦ୍ୱିତୀୟ ମୁକାବିଲାରେ ମାତ୍ ଖାଇଛି ଟିମ୍ ଇଣ୍ଡିଆ । ଦଳ୫୧ରନରେ ଭ୍ରମଣକାରୀ ଟିମଠୁ ପରାସ୍ତ ହୋଇଛି । ଚଣ୍ଡିଗଡରେ ହୋଇଥିବା ମୁକାବିଲାରେ ଭାରତ ଆଗରେ୨୧୪ରନର ଟାର୍ଗେଟ୍ ଥିଲା । କିନ୍ତୁ ଦଳ୧୬୨ରନରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ସିରିଜକୁ-ସ୍ତରକୁ ଆଣିଛି ।

ଦ୍ୱିତୀୟ ଟି୨୦ରେ ଭାରତୀୟ ଦଳର ଅରାଉଣ୍ଡର ଅକ୍ଷର ପଟେଲ ତିନି ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିଲେ । ଯାହାକୁ ନେଇ ସମାଲୋଚନା କରାଯାଉଛି । ତେବେ ମ୍ୟାଚ୍ ପରେ ଅକ୍ଷରଙ୍କୁ କାହିଁକି ତିନି ନମ୍ବରରେ ବ୍ୟାଟିଂ ପାଇଁ ପଠାଗଲା ସେନେଇ ସଫେଇ ଦେଇଛନ୍ତିସୂର୍ଯ୍ୟ କୁମାର ଯାଦବ

ସୂର୍ଯ୍ୟ କହିଛନ୍ତି ଯେ, ଅକ୍ଷର ଦିନିକିଆ କ୍ରିକେଟରେ ଭଲ ପ୍ରଦର୍ଶନ କରି ଆସିଛନ୍ତି । ତେଣୁ ତାଙ୍କୁ ତୃତୀୟ ସ୍ଥାରେ ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ସୂର୍ଯ୍ୟ ପରାଜୟ ପାଇଁ ନିଜକୁ ଦାୟୀ କରିବା ସହ ଆଗାମୀ ଦିନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବା ଉଚିତ ଥିଲା । ପ୍ରଥମେ ବୋଲିଂ କରି ସେମାନେ କିଛିଖାସ୍ କରିପାରିନଥିଲେ । ଏଥିରୁ ଅନେକ କିଛି ଶିକ୍ଷାଲାହେଲା । ଷ୍ଟାଡିୟମରେ କାକର ମଧ୍ୟ ବଡ ଭୂମିକା ନେଇଥିଲା ।ତେବେ ସେ ଆହୁରି କହିଛନ୍ତି ଯେ, ଶୁଭମନ୍ ଗିଲ୍ ଭଲ ଷ୍ଟାର୍ଟ୍ ଦେଇପାରିଥାନ୍ତେ । ସଦାବେଳେ ଅଭିଷେକଙ୍କ ଉପରେ ନିର୍ଭର କରିହେବ ନାହିଁ । ଶୁଭମନ ପ୍ରଥମ ବଲରେ ଆଉଟ୍ ହୋଇଯାଇଥିଲେ । ଯାହା ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । ଆସନ୍ତା ମ୍ୟାଚରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସୂର୍ଯ୍ୟ କହିଛନ୍ତି ।