ଚଣ୍ଡିଗଡ, ୧୧/୧୨:ବାରବାଟୀ ପରେ ଏବେ ମିଶନ ଚଣ୍ଡିଗଡ । କଟକରେ ଜବରଦସ୍ତ ବିଜୟ ପରେ ଏବେ ଟିମ୍ ଇଣ୍ଡିଆ ଚଣ୍ଡିଗଡରେ ମଧ୍ୟ ଆଧିପତ୍ୟ ପ୍ରତିଷ୍ଠା ପାଇଁ ପଡିଆକୁ ଓହ୍ଲାଇବ । ଦ୍ୱିତୀୟ ଟି୨୦କୁ ଜିତି ଭାରତ-ରେ ସିରିଜ୍ ଆଗୁଆ ଲକ୍ଷ୍ୟରେ ରହିବ ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବାଟିକିଆ ଟି୨୦ସିରିଜର ଦ୍ୱିତୀୟ ମ୍ୟାଚ୍ ଚଣ୍ଡିଗଡରେ ଖେଳାଯିବ । କଟକରେ ଖେଳାଯାଇଥିବା ପ୍ରଥମ ମୁକାବିଲାକୁ ଟିମ୍ ଇଣ୍ଡିଆ ୧୦୧ରନରେ ଜିତି ନେଇଥିଲା । ଦ୍ୱିତୀୟ ମୁକାବିଲାରେ ମଧ୍ୟ ଦଳ ଏପରି କିଛି ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ସେହପରି ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜକୁ ବରାବର କରିବା ପାଇଁ ଲକ୍ଷ୍ୟ ରଖିବ ।

ଭାରତ ଆଗରେ

ଉଭୟ ଦେଶ ଏବେ ସୁଦ୍ଧା ୩୨ଟି ଟି୨୦ ମୁକାବିଲା ଖେଳିଛନ୍ତି । ଏହାମଧ୍ୟରୁ ଭାରତ ୧୯ଟିରେ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୧୨ଟି ମୁକାବିଲା ଜିତିପାରିଛି । ସେହିପରି ଗୋଟିଏ ମ୍ୟାଚ ଟାଇ ରହିଛି ।

ସାମସନଙ୍କୁ ମିଳିପାରେ ସୁଯୋଗ

ଲଗାତାରଭାବେ ଟି୨୦ରେଫେଲ୍ହେଉଛନ୍ତି ଭାରତୀୟ ବ୍ୟାଟର ଶୁଭମନ ଗିଲ୍ । ଏସିଆ କପରେ ସେ ବିଫଳ ହୋଇଥିଲେ । କଟକ ମୁକାବିଲାରେ ମଧ୍ୟ ତାଙ୍କ ବ୍ୟାଟରୁ ରନ୍ ବାହାରିନଥିଲା । ତେଣୁ ତାଙ୍କ ଜାଗାରେ ଦଳ ସଞ୍ଜୁ ସାମସନଙ୍କୁ ସୁଯୋଗ ଦେଇପାରେ । ସାମସନଙ୍କ ଟି୨୦ରେକର୍ଡ ଭଲ ରହିଛି । ସେ ବଡ ସଟ୍ ଖେଳିବାରେ ମାହିର । ଯଦି ତାଙ୍କୁ ଦଳରେ ଚାନ୍ସ ମିଳେ ତେବେ ସେ ଅଭିଶେକର୍ମାଙ୍କ ସହ ଓପନ୍ କରିପାରନ୍ତି ।

ଭାରତୀୟ ଟିମ୍

ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ୍, ଅଭିଷେକ ଶର୍ମା, ତିଲକ ବର୍ମା, ସଞ୍ଜୁ ସାମସନ, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଶିବମ ଦୁବେ, ଓ୍ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରିତ ବୁମରା, ଅର୍ଶଦୀପ ସିଂ ଏବଂହର୍ଷିତ ରାଣା

ଦକ୍ଷିଣ ଆଫ୍ରିକା ଟିମ୍

ଏଡେନ୍ ମାର୍କରମ୍, ଓଟୋନିଲ୍ ବାର୍ଟମ୍ୟାନ୍, କାର୍ବିନ୍ ବସ୍, ଡିଓ୍ୱାଡ୍ ବ୍ରେଭିସ୍, କ୍ୱିଣ୍ଟନ ଡିକକ୍, ଡି ଫେରୋରିୟା, ରିଜା ହେଣ୍ଡରକିସ୍, ମାର୍କୋ ୟାନସେନ, ଲୁଙ୍ଗୀ ଏନଗିଡି, ଏନରିକ୍ ନୋର୍କିୟା, ଟ୍ରିଷ୍ଟନ ଷ୍ଟବ୍ସ, କେଶବ ମହାରାଝ, ଡେଭିଡ୍ ମିଲର