ଲକ୍ଷ୍ନୌ: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ଖେଳାଯାଉଛି । ଭାରତ ଆଫଗାନିସ୍ତାନ ପାଇଁ ୪୦୩ ରନର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଭାରତୀୟ ଦଳ ୪୯.୫ ଓଭରରେ ୪୦୨ ରନ କରିଛି । ଶୁଭମନ ଗିଲ୍ ଏବଂ ଇଶାନ କିଶାନ ଆଫଗାନିସ୍ତାନ ବୋଲରମାନଙ୍କୁ ନିର୍ଧୁମ ପ୍ରହାର କରି ଉଭୟ ଶତକ ହାସଲ କରିଥିଲେ । ଭାରତ ଅଷ୍ଟମ ଥର ପାଇଁ ଏକଦିବସୀୟ ମ୍ୟାଚରେ ୪୦୦ ରନ୍ ପାର୍ କରିଛି । ଆଫଗାନିସ୍ତାନ ପାଇଁ ନାଙ୍ଗେୟାଲିଆ ଖାରୋତି ଚାରିଟି ୱିକେଟ ଏବଂ ରସିଦ ଖାନ ତିନୋଟି ୱିକେଟ ନେଇଥିଲେ ।

ଟସ୍ ହାରି ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ଆରମ୍ଭରୁ ଝଟକା ଖାଇଥିଲା । ଯଶସ୍ୱୀ ଜୟସୱାଲ ୯ ବଲରେ ୪ ରନ୍ କରି ସଲିମ ସାଫିଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଏହା ପରେ ରୋହିତ ଶର୍ମା ଦ୍ୱିତୀୟ ୱିକେଟ ପାଇଁ ଶୁଭମନଙ୍କ ସହିତ ୮୭ ରନର ପାର୍ଟନରସିପ୍ କରିଥିଲେ । ରୋହିତ ୩୯ ବଲରୁ ୪୮ ରନ ସଂଗ୍ରହ କରିଥିଲେ ।

ଏହାପରେ ଶୁଭମନ ଏବଂ ଇଶାନ ତୃତୀୟ ୱିକେଟ ପାଇଁ ୨୨୪ ରନର ଭାଗୀଦାରି କରିଥିଲେ । ଇଶାନ ୭୯ ବଲରୁ ୧୨୫ ରନ ସଂଗ୍ରହ କରିଥିଲେ । ତାଙ୍କର ଏହି ଇନିଂସରେ ୧୪ ଚୌକା ଏବଂ ୭ ଛକା ସାମିଲ ରହିଥିଲା । ଖାରୋତି ୪୩ତମ ଓଭରରେ ଶୁଭମନ ଏବଂ କେଏଲ ରାହୁଲଙ୍କୁ ଆଉଟ୍ କରିଥିଲେ । ଗିଲ୍ ୧୧୦ ବଲରୁ ୨୨ ଚୌକା ଏବଂ ୨ ଛକା ସହାୟତାରେ ୧୫୪ ରନ କରିଥିଲେ । ରାହୁଲ ଶୂନ କରି ଆଉଟ୍ ହୋଇଥିଲେ । ଶ୍ରେୟସ ଆୟର (୨୬), ଗୁରନୁର ବ୍ରାର (୩) ଏବଂ ଅର୍ଶଦୀପ ସିଂହ (୩), ୱାଶିଂଟନ ସୁନ୍ଦର (୧୯) କରିଥିଲେ । ଆଫଗାନିସ୍ତାନ ପାଇଁ ନାଙ୍ଗେୟାଲିଆ ଖାରୋତି ଚାରିଟି ୱିକେଟ ଏବଂ ରସିଦ ଖାନ ତିନୋଟି ୱିକେଟ ନେଇଥିଲେ ।