ମୁମ୍ବାଇ-;'ରାମାୟଣ' ଚଳଚ୍ଚିତ୍ରର ପ୍ରଯୋଜକ ନମିତ ମଲହୋତ୍ରାଙ୍କ କମ୍ପାନୀରେ ଆୟକର ବିଭାଗ ଚଢାଉ କରିଛି। ଅକ୍ଟୋବର 7 ତାରିଖରେ, ଆୟକର ବିଭାଗ ନମିତ ମଲହୋତ୍ରାଙ୍କ କମ୍ପାନୀ 'ପ୍ରାଇମ୍ ଫୋକସ୍ ଲିମିଟେଡ୍'ର ମୁମ୍ବାଇ କାର୍ଯ୍ୟାଳୟରେ ଛାନଭିନ୍ କରିଥିଲା। କିଛି ଦିନ ପୂର୍ବରୁ ମୁମ୍ବାଇ ସ୍ଥିତ ପ୍ରାଇମ୍ ଫୋକସ୍ ଷ୍ଟୁଡିଓରେ ଅର୍ଥାତ 'ରାମାୟଣ' ସେଟରେ ଅଗ୍ନିକାଣ୍ଡ ଘଟିଥିଲା ଏହି ଅଗ୍ନିକାଣ୍ଡର କିଛି ଦିନ ପରେ ଏହି ଚଢାଉ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ବିଦେଶୀ ଟଙ୍କା ପଠାଇବା ସହିତ ଜଡିତ ବୋଲି କୁହାଯାଉଛି। ତଥାପି, ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ କାରବାର ଆନୁଷ୍ଠାନିକ ଭାବରେ ପ୍ରକାଶ କରାଯାଇ ନାହିଁ।

ଏହି ଖବର ପରେ ଅକ୍ଟୋବର ୭ ତାରିଖ ସକାଳେ ପ୍ରାଇମ୍ ଫୋକସ୍ ସେୟାର ପ୍ରାୟ ୮% ହ୍ରାସ ପାଇଛି। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏବଂ ନମିତ ମଲହୋତ୍ରାଙ୍କ ପ୍ରଯୋଜିତ ଏହି ସିନେମା ବର୍ତ୍ତମାନ ସମୟରେ ଚର୍ଚାରେ ଥିବା ସମୟରେ ସେଟରେ ନିଆଁ ଲାଗିବା ଠାରୁ ଆରମ୍ଭ କରି ପ୍ରଡୁସରଙ୍କ ଷ୍ଟୁଡିଓରେ ଆୟକର ବିଭାଗର ଚଢ଼ାଉ ସିନେ ପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଫିଲ୍ମ ରିଲିଜ ହେବାକୁ ଆଉ ଅଳ୍ପ ଦିନ ବାକି ଥିବା ସମୟରେ ଏଭଳି ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଅନ୍ୟପଟେ ନମିତ ମଲହୋତ୍ରାଙ୍କ ଏହି ମେଗା-ବଜେଟ୍ ଫିଲ୍ମ ଘୋଷଣା ହେବା ପରଠାରୁ ଖବରରେ ରହିଛି। ଏହି ଫିଲ୍ମରେ ରଣବୀର କପୁର (ରାମ), ସାଇ ପଲ୍ଲବୀ (ସୀତା), ସନି ଦେଓଲ (ହନୁମାନ) ଏବଂ ୟଶ (ରାବଣ) ସମେତ ଅନେକ ବଡ଼ ଅଭିନେତା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ବେଳେ ସମସ୍ତଙ୍କ ଲୁକ୍ ଧୀରେ ଧୀରେ ମୁକ୍ତିଲାଭ କରୁଛି।ଦଙ୍ଗଲ" ଫିଲ୍ମର ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଦ୍ୱାରା ନିର୍ଦ୍ଦେଶିତ "ରାମାୟଣ" ଭାରତ ଏବଂ ବିଶ୍ୱର ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବ ଯୋଜନା ମଧ୍ୟ ରଖିଛି । ଫିଲ୍ମର ପ୍ରଥମ ଭାଗ ଦୀପାବଳି ଅବସରରେ ମୁକ୍ତିଲାଭ କରୁଛି, ଏବଂ ପରବର୍ତ୍ତୀ କାହାଣୀ ଭାଗ 2 ରେ ପ୍ରଦର୍ଶିତ ହେବ। ଏ.ଆର. ରହମାନ ଏବଂ ହନ୍ସ ଜିମରଙ୍କ ପରି କିମ୍ବଦନ୍ତୀଙ୍କ ସଙ୍ଗୀତ ଏବଂ ଅରିଜିତ ସିଂହ ଏବଂ ଶ୍ରେୟା ଘୋଷାଲଙ୍କ ପରି ଗାୟକଙ୍କ ସ୍ୱର ସହିତ, ଫିଲ୍ମର ପ୍ରତ୍ୟେକ ଦିଗକୁ ସିଦ୍ଧ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି। ଫିଲ୍ମର ଟ୍ରେଲର ବହୁତ ଆକର୍ଷଣୀୟ ଥିଲା, ଯାହା ପରେ ଦର୍ଶକମାନେ ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।