ଭୁବନେଶ୍ବର ୧୨।୧୧: ପାଳନ ହେବ ଜନଜାତୀୟ ଗୌରବ ଦିବସ। ତିନି ସ୍ତରରେ ପାଳନ ହେବ କାର୍ଯ୍ୟକ୍ରମ। ଦେଶବ୍ୟାପୀ ତିନୋଟି ସ୍ତରରେ ପାଳନ କରାଯିବ। ୧୫ ତାରିଖରେ ମହାରାଷ୍ଟ୍ରର ଗଡ଼ଚିରୋଲି ଠାରେ ଆୟୋଜିତ ହେବ ଜାତୀୟ ସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ। ଏଥିରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାସହ ନୂତନ ପ୍ରକଳ୍ପର ଉଦ୍ ଘାଟନ ଓ ଶିଳାନ୍ୟାସ ସମେତ ଦେଶରେ ଜନଜାତୀୟ ସମୁଦାୟଙ୍କ ବିକାଶ ଓ କଲ୍ୟାଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ।

Also Read:- ମରାମତି ଚାଲିଥିବା ବେଳେ ଫାଟିଲା AC କମ୍ପ୍ରେସର, ଦୁଇ ମେକାନିକ୍ ଗୁରୁତର

ଦିଲ୍ଲୀର ଜାତୀୟ ମିଡିଆ ସେଣ୍ଟରରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ। ଜନଜାତି ଗୌରବ ଦିବସ ଅବସରରେ ଗଡ଼ଚିରୋଲିରେ ମୋଟ୍ ୨୪୬ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯିବ। ୧୫ରେ ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନରେ ଭଗବାନ ବିର୍ସା ମୁଣ୍ଡାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରାଯିବ। ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଯୋଗଦେବେ। ଏହାସହ ବିଭିନ୍ନ ରାଜ୍ୟର ଜନଜାତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ୨୩୦ରୁ ଅଧିକ କାର୍ଯ୍ୟକ୍ରମ ହେବ।