ଯେତେବେଳେ କ୍ରିକେଟ୍ ବିଷୟରେ ଆଲୋଚନା ହୁଏ, ସାଧାରଣତଃ ବ୍ୟାଟିଂରେ କିର୍ତ୍ତୀମାନ ଏବଂ ରନ୍ ସ୍କୋରିଂ ରେକର୍ଡଗୁଡ଼ିକ ଅଧିକ ଚର୍ଚ୍ଚାରେ ରହିଥାଏ। କିନ୍ତୁ ବୋଲିଂ ହେଉଛି ଏହି ଖେଳର ପ୍ରକୃତ ମାନଦଣ୍ଡ । First-class cricket ରେ ଏପରି କିଛି ଅସାଧାରଣ ବୋଲର ଦେଖିବାକୁ ମିଳନ୍ତି, ଯାହାଙ୍କ ରେକର୍ଡ ଦଶନ୍ଧି ଦଶନ୍ଧି ପରେ ମଧ୍ୟ ଅତୁଟ ରହିଛି।

 ୱିଲଫ୍ରେଡ୍ ରୋଡ୍‌ସଙ୍କ ଅସମ୍ଭବ ରେକର୍ଡ

First-class କ୍ରିକେଟ୍ ଇତିହାସରେ ସର୍ବାଧିକ ସଫଳ ବୋଲର ହେବାର ଗୌରବ ଇଂଲଣ୍ଡର ୱିଲଫ୍ରେଡ୍ ରୋଡ୍‌ସ (Wilfred Rhodes) ଙ୍କ ନାମରେ ରହିଛି।

୧୮୯୮ ରୁ ୧୯୩୦ ମସିହା ମଧ୍ୟରେ ଖେଳି ସେ ୧,୧୧୦ଟି ମ୍ୟାଚ୍ରେ ଆଶ୍ଚର୍ଯ୍ୟଜନକ ଭାବେ ୪,୨୦୪ ୱିକେଟ୍ ଅକ୍ତିଆର କରିଥିଲେ। ସେ ନିଜ କ୍ୟାରିୟରରେ ସମୁଦାୟ ୧,୮୫,୭୪୨ଟି ବଲ୍ ପକାଇ ୧୬.୭୨ Average  ବଜାୟ ରଖିଥିଲେ। ପ୍ରାୟ ନଅ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ବୋଲର ଏହି ବିଶାଳ ରେକର୍ଡ ଭାଙ୍ଗିବାର ପାଖାପାଖି ବି ପହଞ୍ଚି ପାରିନାହାଁନ୍ତି।

First-class କ୍ରିକେଟ୍‌ର ଟପ୍-୫ ବୋଲର

ବୋଲରଙ୍କ ନାମ ମ୍ୟାଚ୍ ସଂଖ୍ୟା ସମୁଦାୟ ୱିକେଟ୍
ୱିଲଫ୍ରେଡ୍ ରୋଡ୍‌ସ ୧,୧୧୦ ୪,୨୦୪
ଏ.ପି. ଫ୍ରିମ୍ୟାନ୍ ୫୯୨ ୩,୭୭୬
ସି.ଡବ୍ଲ୍ୟୁ.ଏଲ୍. ପାର୍କର ୬୩୫ ୩,୨୭୮
ଜେ.ଟି. ହର୍ଣ୍ଣ ୬୩୯ ୩,୦୬୧
ଟି.ଡବ୍ଲ୍ୟୁ.ଜେ. ଗୋଡାର୍ଡ ୫୯୩ ୨,୯୭୯

ଏହି ଶ୍ରେଷ୍ଠ ୫ ବୋଲରଙ୍କ ମଧ୍ୟରେ ତୁଳନା:

  ଏ.ପି. ଫ୍ରିମ୍ୟାନ୍: ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଫ୍ରିମ୍ୟାନ୍ ୫୯୨ଟି ମ୍ୟାଚ୍‌ରୁ ୩,୭୭୬ ୱିକେଟ୍ ନେଇଥିଲେ। ନିଜର ନିରନ୍ତର ସଫଳତା ପାଇଁ ପରିଚିତ ଫ୍ରିମ୍ୟାନ୍ ଗୋଟିଏ ଇନିଂସରେ ୧୦ଟି ଯାକ ୱିକେଟ୍ ନେବାର ବିରଳ ସଫଳତା ମଧ୍ୟ ହାସଲ କରିଥିଲେ, ଯାହା ତାଙ୍କର ମ୍ୟାଚ୍ ଜିତାଇବାର କ୍ଷମତାକୁ ଦର୍ଶାଉଥିଲା।

  ସି.ଡବ୍ଲ୍ୟୁ.ଏଲ୍. ପାର୍କର: ତୃତୀୟ ସ୍ଥାନରେ ଥିବା ପାର୍କର ୬୩୫ଟି ମ୍ୟାଚ୍‌ରୁ ୩,୨୭୮ ୱିକେଟ୍ ସହ ନିଜ କ୍ୟାରିୟର ଶେଷ କରିଥିଲେ। ତାଙ୍କର ସ୍ପିନ୍ ବୋଲିଂ ଅନେକ ସମୟରେ ନିର୍ଣ୍ଣାୟକ ସାବ୍ୟସ୍ତ ହେଉଥିଲା ଏବଂ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ସେ ନିଜ ଦଳକୁ ବିଜୟ ଆଣିଦେବାରେ ସିଦ୍ଧହସ୍ତ ଥିଲେ।

  ଜେ.ଟି. ହର୍ଣ୍ଣ: ୬୩୯ଟି ମ୍ୟାଚ୍‌ରୁ ୩,୦୬୧ ୱିକେଟ୍ ନେଇ ସେ ଚତୁର୍ଥ ସ୍ଥାନରେ ଅଛନ୍ତି। ମାତ୍ର ୧୭.୭୫ ହାରାହାରି ସହ ସେ କେବଳ ଜଣେ ସଫଳ ବୋଲର ନଥିଲେ, ବରଂ ଅତ୍ୟନ୍ତ କମ୍ ରନ୍ ଦେଉଥିବା ଜଣେ ନିର୍ଭରଯୋଗ୍ୟ ବୋଲର ମଧ୍ୟ ଥିଲେ।

  ଟି.ଡବ୍ଲ୍ୟୁ.ଜେ. ଗୋଡାର୍ଡ: ତାଲିକାର ପଞ୍ଚମ ସ୍ଥାନରେ ଥିବା ଗୋଡାର୍ଡ ୫୯୩ଟି ମ୍ୟାଚ୍‌ରୁ ୨,୯୭୯ ୱିକେଟ୍ ହାସଲ କରିଛନ୍ତି। ସେ ନିଜ ସମୟର ସବୁଠାରୁ ନିର୍ଭରଯୋଗ୍ୟ ତଥା ଲଗାତାର ଭଲ ପ୍ରଦର୍ଶନ କରୁଥିବା ବୋଲର ଭାବେ ଖ୍ୟାତି ଅର୍ଜନ କରିଥିଲେ।

ଏହି କିମ୍ବଦନ୍ତୀ ଖେଳାଳିମାନେ କ୍ରିକେଟ୍‌ର ଏପରି ଏକ ଯୁଗର ପ୍ରତିନିଧିତ୍ୱ କରୁଥିଲେ, ଯେତେବେଳେ ଧୈର୍ଯ୍ୟ, ଅନୁଶାସନ ଏବଂ ଦକ୍ଷତା ହିଁ ସଫଳତାର ମାପକାଠି ଥିଲା। ଆଧୁନିକ କ୍ରିକେଟ୍ ଏବେ ବହୁତ ଦ୍ରୁତ ଏବଂ ଆକ୍ରମଣାତ୍ମକ ହୋଇଯାଇଥିଲେ ମଧ୍ୟ, ଏହି ବୋଲରମାନଙ୍କର ଐତିହ୍ୟ ଅକ୍ଷୁର୍ଣ୍ଣ ରହିଛି।