ପୁରୀ ୦୭।୦୪ : ଚନ୍ଦନ ଯାତ୍ରା ଏବଂ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ନେଇ ପ୍ରସ୍ତୁତି ବୈଠକ । ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ସହ ବିଭିନ୍ନ ନିଯୋଗରେ ସେବାୟତ ପ୍ରତିନିଧିମାନେ ସାମିଲ ହେବେ ।

Also Read:- 5kg cylinder without address proof: କେଉଁଠି ମିଳୁଛି ୫ କେଜିଆ ସିଲିଣ୍ଡର ? ଜାଣିବାକୁ ସହଜ ବ୍ୟବସ୍ଥା କରିଦେଲେ ସରକାର

ଆସନ୍ତା ୨୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହିତ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ଏଣୁ ଛତିଶା ନିଯୋଗ ବୈଠକରେ ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟ ଚୁଡାନ୍ତ ହେବ। ଅପରାହ୍ନ ୫ଟାରେ ଛତିଶା ନିଯୋଗ ବୈଠକ ଓ ସନ୍ଧ୍ୟା ସାଢ଼େ ୬ଟାରେ ନୀତି ସବ କମିଟି ବୈଠକ ଅନୁଷ୍ଠିତ ହେବ। ଚନ୍ଦନ ଯାତ୍ରା ସହିତ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ କିଭଳି ସୁରୁଖୁରୁରେ ଅନୁଷ୍ଠିତ ହେବ ସେନେଇ ବୈଠକରେ ଆଲୋଚନା କରାଯିବ। ଏଥିସହ ୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ। ମାର୍ଚ୍ଚ ୨୫ ତାରିଖରେ ଶ୍ରୀମନ୍ଦିରରେ ଥିବା ମହାପ୍ରଭୁଙ୍କ ଚଳନ୍ତି ଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବାହାର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ତିନିଦିନ ଧରି ଅର୍ଥାତ୍ ବୁଧବାର, ଗୁରୁବାର ଓ ଶୁକ୍ରବାର ତିନିଦିନ ଧରି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।