Cease fire impact: ଇରାନ ଓ ଆମେରିକା ମଧ୍ୟରେ ହୋଇଥିବା ଅସ୍ତ୍ରବିରତି କେବଳ ବିଶ୍ଵ ରାଜନୀତିକୁ ଆଶ୍ଵସ୍ତ କରିନି ବରଂ ସାଧାରଣ ଜନତାଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇଛି। ଯେମିତି ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଥମିଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ୧୩ରୁ ୧୭ ପ୍ରତିଶତ ହ୍ରାସ ପାଇଛି। ଏହାର ସିଧାସଳଖ ସଂପର୍କ ଭାରତ ପରି ଦେଶଗୁଡ଼ିକ ସହ ରହିଛି। କାରଣ ଭାରତ ନିଜ ଆବଶ୍ୟକତାର ୮୦ ପ୍ରତିଶତ ତେଲ ଆମଦାନୀ କରିଥାଏ। ଏବେ ପ୍ରଶ୍ନ ଉଠୁଛି କଣ ଏବେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବାସ୍ତବରେ ଶସ୍ତା ହେବ। ଅସ୍ତ୍ରବିରତିରେ ପେଟ୍ରୋଲ-ଡିଜେଲ୍, ଗ୍ୟାସ, ସାର, ପରିବହନ, ବିମାନ ଯାତ୍ରା କେତେ ଶସ୍ତା ହେବ ? ଚାଲନ୍ତୁ ଜାଣିବା…

ଉଲ୍ଲେଖନୀୟ ଯେବେଠୁ ଇରାନ ଉପରେ ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଆକ୍ରମଣ କଲେ ତା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା। ଏହାରି ପ୍ରଭାବରେ ଧିରେ ଧିରେ ପେଟ୍ରୋଲ-ଡିଜେଲ୍, ଗ୍ୟାସ, ପରିବହନ ଓ ବିମାନ ଯାତ୍ରା ସମେତ ଦୈନନ୍ଦୀନ ବ୍ୟବହୃତ କିଛି ବସ୍ତୁର ଦାମ ଆକାଶଛୁଆଁ ହୋଇଥିଲା।

Also Read: ସରକାରଙ୍କ ବଡ଼ ନିଷ୍ପତ୍ତି ! ଏବେ ଜବରଦସ୍ତି ଡାଟା ପ୍ଲାନ ରିଚାର୍ଜ ସମାପ୍ତ, କମ୍ପାନିକୁ ଆଣିବାକୁ ପଡ଼ିବ କଲ୍-SMS ପ୍ଲାନ

ସଂଘର୍ଷର ସବୁଠୁ ବଡ଼ ପ୍ରଭାବ ହର୍ମୁଜ ପ୍ରଣାଳୀ ଉପରେ ପଡ଼ିଥିଲା। ଇରାନ ହର୍ମୁଜ ପ୍ରଣାଳୀ ଅବରୋଧ କରିବାରୁ ସମଗ୍ର ବିଶ୍ଵରେ ଶକ୍ତି ସଙ୍କଟ ଦେଖା ଦେଇଥିଲା। କାରଣ ଏହି ମାର୍ଗ ଦେଇ ଦୁନିଆର ପ୍ରାୟ ୨୫ ପ୍ରତିଶତ ତେଲ ଓ ଗ୍ୟାସ୍ ପରିବହନ ହୋଇଥାଏ। ଏବେ ଯୁଦ୍ଧବିରତି ପରେ ପୁଣି ଥରେ ସବୁ ସ୍ଵାଭାବିକ ହେବ ବୋଲି ଆଶା କରାଯାଉଛି, ଯଦ୍ଵାରା ବଢିଥିବା ଦାମ ହ୍ରାସ ପାଇବ।

ପେଟ୍ରୋଲ-ଡିଜେଲ୍ ସହ କେଉଁ ସାମଗ୍ରୀ ଉପରେ ପଡ଼ିବ ପ୍ରଭାବ ?

ଅସ୍ତ୍ରବିରତିରେ ଭାରତରେ ଏହାର ସିଧାସଳଖ ପ୍ରଭାବ ପେଟ୍ରୋଲ ଓ ଡିଜେଲ୍ ଉପରେ ଦେଖିବାକୁ ମିଳିପାରେ। ହେଲେ ଦର ତୁରନ୍ତ ହ୍ରାସ ପାଇବ ନାହିଁ। ଯଦି ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସ ପାଏ ତେବେ ଆଗାମୀ ଦିନରେ ତେଲ କମ୍ପାନିକୁ ବଡ଼ ଆଶ୍ଵସ୍ତି ମିଳିପାରେ। ଏହାର ଫାଇଦା କେବଳ ଗାଡ଼ି ଚଲାଉଥିବା ନୁହେଁ ବରଂ ପୂରା ପରିବହନ ସିଷ୍ଟମକୁ ମିଳିବ। ଡିଜେଲ୍ ଶସ୍ତା ହେଲେ ସାମାନ ପରିବହନ ଖର୍ଚ୍ଚ କମ ହେବ, ଯେଉଁଥିରେ ପନିପରିବା, କ୍ଷୀର, ରାସନ, ସାର, ପ୍ଲାଷ୍ଟିକ ସାମାନ ସମେତ ଅନ୍ୟ ଜରୁରୀ ସାମଗ୍ରୀ ଦାମ ଧିରେ ଧିରେ କମିପାରେ।

LPG ଉପରେ ପଡ଼ିବ ପ୍ରଭାବ

ହର୍ମୁଜ ପ୍ରଣାଳୀ ଅବରୋଧ ଫଳରେ ଭାରତରେ ସବୁଠୁ ଅଧିକ ପ୍ରଭାବ ଏଲପିଜି ଗ୍ୟାସ୍ ଉପରେ ପଡ଼ିଥିଲା। ଏଲପିଜି ଅଭାବ କାରଣରୁ ପୂରା ଦେଶରେ ଲୋକେ ନାହିଁ ନ ଥିବା ଅବସ୍ଥାର ସମ୍ମୁଖୀନ ହୋଇଥିଲେ। ଏବେ ଇନ୍ଧନ ଯୋଗାଣ ସ୍ଵାଭାବିକ ହେଲେ ଦର କମିପାରେ। ଗ୍ୟାସ୍ ଅଭାବ କାରଣରୁ ହୋଟେଲ ଓ ରେଷ୍ଟୁରାଣ୍ଟ ଚଢା ଦରରେ ସିଲିଣ୍ଡର କିଣୁଥିଲେ। ଫଳରେ ଟିଫିନଠୁ ନେଇ ମିଲ୍ ପର୍ଯ୍ୟନ୍ତ ସବୁ ଦାମ ୧୦/୨୦/୩୦ ଟଙ୍କା ମହଙ୍ଗା ହୋଇଥିଲା। ଏବେ ଏହା ପୁଣି ଥରେ ପୂର୍ବ ଦାମରେ ମିଳିପାରେ।

ଶସ୍ତା ହେବ ବିମାନ ଯାତ୍ରା

ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ଏହା ନିଶ୍ଚିତ ଭାବେ ଭଲ ଖବର। ଏଭିଏସନ କମ୍ପାନିର ବଡ଼ ଖର୍ଚ୍ଚ ଇନ୍ଧନ ଉପରେ ହୋଇଥାଏ। ଏଥିପାଇଁ ତେଲ ଶସ୍ତା ହେବାରୁ ବିମାନ ଟିକେଟ୍ ଦାମ ଏବେ କମିପାରେ। ଏହା ସହିତ ପ୍ଲାଷ୍ଟିକ, ପ୍ୟାକେଜିଂ, କପଡ଼ା ଓ ଅନ୍ୟ ପେଟ୍ରୋକେମିକାଲ୍ସ ଉତ୍ପାଦର ଦାମ ହ୍ରାସ ପାଇପାରେ।

କୃଷକଙ୍କୁ ମିଳିବ ଫାଇଦା

ଅଶୋଧିତ ତେଲ ଶସ୍ତା ହେବାରୁ ପ୍ରାୟତଃ ସବୁ ଉଦ୍ୟୋଗର ଉତ୍ପାଦ ମୂଲ୍ୟ ହ୍ରାସ ପାଇବ। ଏହାର ଫାଇଦା ଧିରେ ଧିରେ ଗ୍ରାହକଙ୍କ ପର୍ଯ୍ୟନ୍ତ ପହଞ୍ଚିବ। ସାର ନିର୍ମାଣକାରି କମ୍ପାନି ଏବଂ କୃଷକଙ୍କୁ ମଧ୍ୟ ଫାଇଦା ମିଳିବ। କାରଣ ଇନ୍ଧନ ଯୋଗାଣ ସ୍ଵାଭାବିକ ହେଲେ ପରିବହନ ସ୍ଵାଭାବିକ ହେବ। ଏଥିରେ ସାର ପ୍ରସ୍ତୁତକାରି କମ୍ପାନି ନିକଟକୁ ସଠିକ ଦରରେ ଉପକରଣ ପହଞ୍ଚି ପାରିବ।