ବାଲିଗୁଡ଼ା ୦୬।୦୫ : କନ୍ଧମାଳ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଏକ ବନ୍ଧୁକ କାରଖାନା ଠାବ ହୋଇଛି । ଏନେଇ ତୁମୁଡିବନ୍ଧ ପୋଲିସ ଲାବାନ୍ୟ ନଗରଠାରେ ଦେଶୀ ବନ୍ଧୁକ ତିଆରି ଓ ମରାମତି ହେଉଥିବା ଗୁଇନ୍ଦା ବିଭାଗରୁ ଖବର ପାଇଥିଲେ | ଗୁଇନ୍ଦା ସୂଚନା ପାଇବା ପରେ ପୋଲିସ ଚଢ଼ାଉ କରିଥିଲା | ଚଢ଼ାଉ କରିବା ସ୍ଥାନରୁ ତିନୋଟି ଦେଶୀ ବନ୍ଧୁକ, ଲୁହା କଟା ମେସିନ,ଡ୍ରିଲ ମେସିନ, ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିବା ସହ ଜଣଙ୍କୁ ଗିରଫ କରା ଯାଇଛି।