ନୋଏଡା ୧୯/୦୧: ପୁଅ ସାହାଯ୍ୟ ପାଇଁ ଚିତ୍କାର କରୁଥିଲା । ଆଉ ମୁଁ ଥିଲି ଅସହାୟ । ଆଖି ଆଗରେ ବୁଡ଼ିଗଲା ମୋ ପୁଅ, କାନ୍ଦି କାନ୍ଦି କହିଲେ ବାପା । ଗ୍ରେଟର ନୋଏଡାର ସେକ୍ଟର ୧୫୦ରେ ଘଟିଥିବା ଏକ ଦୁଃଖଦ ଦୁର୍ଘଟଣାରେ ଯାଇଛି ବାପା ଆଖି ଆଗରେ ପୁଅର ଜୀବନ । ପୁଅ ମୋତେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲେ ମଧ୍ୟ ଅସହାୟ ବାପା କେବଳ ନୀରବ ଦ୍ରଷ୍ଟା ସାଜିଥିଲେ । ତାଙ୍କ ଆଖି ଆଗରେ ପୁଅ ବୁଡ଼ି ଯାଇଥିଲେ ବୋଲି କୋହଭରା କଣ୍ଠରେ କାନ୍ଦିକାନ୍ଦି କହିଛନ୍ତି ବାପା ।

ଟାଟା ୟୁରେକା ପାର୍କ ସୋସାଇଟିର ବାସିନ୍ଦା ସଫ୍ଟୱେର୍ ଇଞ୍ଜିନିୟର ଯୁବରାଜ ମେହେଟ୍ଟାଙ୍କ ପିତା ରାଜ କୁମାର ମେହେଟ୍ଟା କହିଛନ୍ତି । ସେ କହିଛନ୍ତି ତାଙ୍କ ପାଖକୁ ଦିନ ପ୍ରାୟ ୧୨ଟା ବେଳେ ପୁଅର ଫୋନ୍ ଆସିଥିଲା ।ପୁଅ କହିଥିଲା ମୁଁ ଏକ ଡ୍ରେନ୍ରେ ପଡ଼ିଯାଇଛି । ମୋତେ ଆସି ବଞ୍ଚାଇ । କିନ୍ତୁ ମୁଁ ତାହା କରିପାରିଲି ନାହିଁ । ଯଦି ଡ୍ରାଇଭରମାନେ ଆସିଥାନ୍ତେ, ତେବେ ମୋ ପୁଅର ଜୀବନ ବଞ୍ଚିଯାଇଥାନ୍ତା ।

 

ସେକ୍ଟର ୧୫୦ ଟି-ପଏଣ୍ଟ ନିକଟରେ ଏକ ବେସ୍ମେଣ୍ଟରେ ୭୦ ଫୁଟ ପାଣି ଭର୍ତ୍ତି ଖାଲରେ ସଫ୍ଟୱେର୍ ଇଞ୍ଜିନିୟର ଯୁବରାଜ ମେହେଟାଙ୍କ କାର ବୁଡ଼ି ଯାଇଥିଲା । କାର ଭିତରେ ଥିବା ଯୁବରାଜଙ୍କର ମୃତ୍ୟୁ ଘଟିଥିଲା । ପୁଅ ସାହାଯ୍ୟ ପାଇଁ ଚିତ୍କାର କରିଚାଲିଥିଲା । କାର ଭିତରେ ଥାଇ ପୁଅ ଟର୍ଚ୍ଚ ଜାଳି ଜୀବିତ ଥିବାର ପ୍ରମାଣ ମଧ୍ୟ ଦେଖାଇଥିଲା । ସୂଚନା ପାଇବା ପରେ, ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଏକ ରଶି ପକାଇ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ରଶି ତାଙ୍କ ପାଖରେ ପହଞ୍ଚି ପାରି ନଥିଲା ।

ଡକାଯାଇଥିବା କ୍ରେନ୍ ମଧ୍ୟ ତାଙ୍କ ପାଖରେ ପହଞ୍ଚି ପାରିନଥିଲା। ବୋଲି ବାପା କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା। ଘଟଣାସ୍ଥଳରେ କୌଣସି ଡାଇଭର ମଧ୍ୟ ପହଞ୍ଚି ପାରିନଥିଲେ । ଶେଷରେ ଏସ୍ଡିଆର୍ଏଫ୍ ଓ ଏନ୍ଡିଆର୍ଏଫ୍ କର୍ମଚାରୀଙ୍କୁ ଡକାଯାଇଥିଲା ।କିଛି ଘଣ୍ଟା ଖୋଜାଖୋଜି ପରେ, ସେମାନେ ପୁଅକୁ ଉଦ୍ଧାର କରିଥିଲେ, କିନ୍ତୁ ସେତେବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା । ମୃତ୍ୟୁ ଘଟଣାରେ ନଲେଜ୍ ପାର୍କ କୋତୱାଲି ପୁଲିସ ଏକ ମାମଲା ରୁଜୁ କରିଛି ।

ରବିବାର ଦିନ, ସଫ୍ଟୱେର୍ ଇଞ୍ଜିନିୟରଙ୍କ ପିତାଙ୍କ ଅଭିଯୋଗ ଆଧାରରେ ଦୁଇଟି ବିଲ୍ଡର କମ୍ପାନି ଏମଜେ ୱିଷ୍ଟଟାଉନ୍ ଓ ଲୋଟସ୍ ଗ୍ରୀନ୍ ବିରୋଧରେ ଏକ ଏଫଆଇଆର୍ ରୁଜୁ କରାଯାଇଛି । ରାଜକୁମାର ମେହେଟ୍ଟାଙ୍କ ଅଭିଯୋଗ ଆଧାରରେ, ପୋଲିସ ବିଲ୍ଡରଙ୍କ ବିରୋଧରେ ଆଇପିସିର ଧାରା ଅନୁଯାୟୀ ମାମଲା ରୁଜୁ କରିଛି । ବେସ୍ମେଣ୍ଟରେ ଥିବା ଖାଲ ଚାରିପଟେ କାହିଁକି ବ୍ୟାରିକେହ୍ ଲଗାଯାଇ ନଥିଲା ସେନେଇ ଏବେ ପ୍ରଶ୍ନ ଉଠିଛି । ତେବେ ବାପା ଖାଲି ଅଭିଯୋଗ କରିନାହାଁନ୍ତି ତ ପୁରା ସିଷ୍ଟମ ଉପରେ ଉଠାଇଛନ୍ତି ପ୍ରଶ୍ନ ।