ନୂଆଦିଲ୍ଲୀ: ଭାରତ ବାହାରେ ଅନ୍ୟ କୌଣସି ଦେଶରେ ମ୍ୟାଚ୍ ଆୟୋଜନ ଦାବି କରୁଥିବା ବାଂଲାଦେଶକୁ ଶକ୍ତ ଝଟକା ଲାଗିଛି । ବୁଧବାର ଆଇସିସି ବାଂଲାଦେଶରେ ଏହି ଦାବିକୁ ଖଣ୍ଡନ କରିଛି । ବାଂଲାଦେଶର ଏହି ପ୍ରସ୍ତାବକୁ ଭୋଟିଂ ପାଇଁ ରଖାଯାଇଥିଲା, ଯେଉଁଥିରେ ପିସିବିକୁ ବଡ଼ ଝଟକା ଲାଗିଛି । ସବୁ ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିବା ଜରୁରିକାଳୀନ ବୋର୍ଡ ବୈଠକରେ ବାଂଲାଦେଶର ଦାବିକୁ ସ୍ୱୀକାର କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ଶୁଣାଇ ଦିଆଯାଇଛି । ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ଆଗାମୀ ୨୪ ଘଣ୍ଟା ଭିତରେ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବ କି ନାହିଁ ତା’ ଉପରେ ନିଷ୍ପତ୍ତି ନେବାକୁ ପଡ଼ିବ ।

ଆଇସିସି, ବିସିବିକୁ ସ୍ପଷ୍ଟ କରିଛି ଯେ ବାଂଲାଦେଶ ସରକାର ଯଦି ଟି-୨୦ ବିଶ୍ୱକପ ଖେଳିବା ପାଇଁ ଭାରତ ଆସିବାକୁ ଅନୁମତି ନଦିଅନ୍ତି ତେବେ ଟୁର୍ଣ୍ଣାମେଣ୍ଟର ତାଙ୍କ ସ୍ଥାନରେ ଅନ୍ୟ ଦଳକୁ ସାମିଲ କରାଯିବ । ରିପୋର୍ଟ ଅନୁସାରେ, ଏହି ନିଷ୍ପତ୍ତି ଆଇସିସି ସଦସ୍ୟଙ୍କ ଭୋଟିଂ ପରେ ନିଆଯାଇଛି । ୧୬ ସଦସ୍ୟ ବିଶିଷ୍ଟ ବୋର୍ଡରେ ଦୁଇ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଟି-୨୦ ବିଶ୍ୱକପ ସୂଚୀରେ କୌଣସି ପରିବର୍ତ୍ତନକୁ ବିରୋଧ କରିଛନ୍ତି । ଆଇସିସି ବୋର୍ଡର ୧୪ ଦେଶ ରିପ୍ଲେସମେଣ୍ଟ ପକ୍ଷରେ ଅଛନ୍ତି । ବୋର୍ଡର ଏହି ଚୂଡ଼ାନ୍ତ ନିଷ୍ପତ୍ତି ସହ ଫେବ୍ରୁଆରୀ ୭ରୁ ମାର୍ଚ୍ଚ ୮ ଯାଏ ହେବାକୁ ଥିବା ବିଶ୍ୱକପ୍ ବିନା କୌଣସି ପରିବର୍ତ୍ତନରେ ହେବ ।

ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ଜବାବ ଦେବା ପାଇଁ ଗୋଟିଏ ଦିନ ସମୟ ଦିଆଯାଇଛି । ଯଦି ଏପରି ନହୁଏ ତେବେ ବିଶ୍ୱକପରେ ଗ୍ରୁପ୍ ସିରେ ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡକୁ ସ୍ଥାନ ମିଳିପାରେ । ସ୍କଟଲାଣ୍ଡ ୨୦୨୬ ଟି- ବିଶ୍ୱକପ ପାଇଁ କ୍ୱାଲିଫାଏ କରିପରି ନାହିଁ ।