ନୂଆଦିଲ୍ଲୀ, ୧୨/୧୦ : ଟ୍ୟାକ୍ସ ଚୋରି କରୁଛନ୍ତି ଅନେକ ରେଷ୍ଟୁରାଣ୍ଟ । କୋଟି କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି । କିଛି ଏପରି ସୂଚନା ପାଇଛି ଆୟକର ବିଭାଗ । କୁହାଯାଉଛି ଯେ, ଏହି ଟିକସ ଫାଙ୍କିବାର ପରିମାଣ ୨୫ ହଜାର କୋଟି ଟଙ୍କାରୁ ଅଧିକ ହୋଇପାରେ । କେବଳ ସ୍ୱିଗି ଏବଂ ଜୋମାଟୋର ତଥ୍ୟ ଆଧାରରେ ଏହି ପରିମାଣ ୭୫୦୦ କୋଟି ବୋଲି ଜଣା ପଡିଛି । ପ୍ରାୟ ୮ ହଜାର ରେଷ୍ଟୁରାଣ୍ଟର ନାଁରେ ଟିଡିଏସ କଟାଯାଇଛି । କିନ୍ତୁ ସେମାନେ ଆୟକର ରିଟର୍ଣ୍ଣ ଫାଇଲ୍ କରି ନାହାଁନ୍ତି ।

Also Read :- ଅମିତାଭଙ୍କ ରାଜକୀୟ ବଙ୍ଗଳା 'ଜଲସା' ଗିଫ୍ଟ କରିଥିଲେ ରମେଶ ସିପି ! ଯାହାର ମୂଲ୍ୟ ୨୦୦ କୋଟିରୁ ଅଧିକ

୨୦୨୧-୨୨ରୁ ୨୦୨୪-୨୫ ଯାଏଁ ହୋଇଥିବା ତଥ୍ୟର ବିଶ୍ଲେଷଣକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି । ଗତ ଆର୍ଥିକ ବର୍ଷର ତଥ୍ୟ ଏବେସୁଦ୍ଧା ଉପଲବ୍ଧ ନାହିଁ । ୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ ରେଷ୍ଟୁରାଣ୍ଟ୍ ପ୍ରାୟ ୨୭୦୦ କୋଟି ଚଙ୍କା ଆୟ କରିଛନ୍ତି । ଏହା ଉପରେ ୨୫ କୋଟିର ଆୟକର ଟିକସ କଟାଯାଇଛି । କୌଣସି ଫୁଡ୍ ଡେଲିଭରି ଆପରେ ଅର୍ଡର କଲେ ପ୍ରତି ବିଲରେ ୦.୧ ପ୍ରତିଶତର ଟିଡିଏସ୍ କାଟ୍ ହୁଏ । ପୂର୍ବରୁ ଏହା ୧ ପ୍ରତିଶତ ଥିଲା ।

ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଖାଇଲେ ଟିଡିଏସ ଲାଗୁ ହୁଏ ନାହିଁ । ତେଣୁ ରେଷ୍ଟୁରାଣ୍ଟଟର ଆୟ ବିଭିନ୍ନ ଫୁଡ୍ ଡେଲିଭରୀ ଆପରେ ଦେଖାଯାଉଥିବା ଆୟଠୁ ଖୁବ୍ ଅଧିକ ହୋଇଥାଏ । ୨୦୨୧-୨୨ରୁ ୨୦୨୪-୨୫ ସୁଦ୍ଧା ସରକାର ୭୫ କୋଟିର ଟିଡିଏସ ଅର୍ଥ ଗ୍ରହଣ କରିଛନ୍ତି । ଏହାସହ ରେଷ୍ଟୁରାଣ୍ଟ ସଂଖ୍ୟାରେ ମଧ୍ୟ ୬୫ ପ୍ରତିଶତ ବୃଦ୍ଧି ଘଟିଛି ।

ପୂର୍ବରୁ ଅନେକ ରେଷ୍ଟୁରାଣ୍ଟ ନିଜର ଆୟ କମ୍ ଦର୍ଶାଉଥିଲେ । ଜିଏସଟି ଲାଗୁକୁ ସେମାନେ ବିରୋଧ କରିଥିଲେ । ଗତବର୍ଷ ପ୍ରାୟ ଏକ ଲକ୍ଷ ୮୦ ହଜାର ରେଷ୍ଟୁରାଣ୍ଟ ନିଜ ଆୟକୁ ୩୦ରୁ ୩୫ ପ୍ରତିଶତ କମ୍ କରି ଦର୍ଶାଇଥିଲେ । ଏହାପରେ ୬୦ ହଜାରରୁ ଅଧିକ ରେଷ୍ଟୁରାଣ୍ଟକୁ ଆୟକର ପଇଠ ପାଇଁ ନୋଟିସ କରାଯାଇଥିଲା ।

ମାର୍ଚ୍ଚ ୯ ତାରିଖରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ରିପୋର୍ଟରେ କ୍ଲାଉଡ୍ ସିଷ୍ଟମରୁ ଅନେକ ବିଲ୍ ଗାଏବ ଥିବା ଦର୍ଶାଯାଇଥିଲା । ମୋଟ ଆୟ ତୁଳନାରେ ୭୦ ହଜାର କୋଟି କମ୍ ଦର୍ଶାଯାଇଥିଲା । ଅନେକ ରେଷ୍ଟୁରାଣ୍ଟ ଟିକସ ଫାଙ୍କିବାକୁ କର୍ମଚାରୀଙ୍କ ଆକାଉଣ୍ଟ ଜରିଆରେ ନେଣଦେଣ କରୁଥିଲେ ।