ନୂଆଦିଲ୍ଲୀ: ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ଅକ୍ଟୋବର ୧୦ରେ କକରୋଚ ଜନତା ପାର୍ଟି ଦ୍ଵାରା ବିରୋଧ ପ୍ରଦର୍ଶନ ହୋଇଥିଲା। ଏହି ସମୟରେ ହଜାର ହଜାର ସଂଖ୍ୟାରେ ପ୍ରଦର୍ଶନକାରୀଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଥିଲା। ତେବେ ପୋଲିସ ହେପାଜତ ସମୟରେ ବିକ୍ଷୋଭକାରୀଙ୍କ ପାଇଁ ହୋଇଥିବା ଚା-ଜଳଖିଆ ବନ୍ଦୋବସ୍ତ ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ଅଟକ ଥିବା ସମୟରେ ପ୍ରଦର୍ଶନକାରୀଙ୍କୁ ଚା, ସିଙ୍ଗଡ଼ା ଏବଂ ପାଣି ବୋତଲ ଦିଆଯାଉଥିଲା। ଏହାକୁ ନେଇ ପ୍ରଦର୍ଶନକାରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ପ୍ରଦର୍ଶନକାରୀ ନାରା ଦେଉଛନ୍ତି ଯେ, ‘ଏକ ଚାଏ, ଦୋ ସମୋସା, ଦିଲ୍ଲୀ ପୋଲିସ ପର ପୂରା ଭରୋସା’।

ସୂଚନା ମୁତାବକ କେବଳ ପ୍ରଦର୍ଶନକାରୀଙ୍କ ପାଇଁ ଚା-ଜଳଖିଆର ବନ୍ଦୋବସ୍ତ କରାଯାଇ ନ ଥିଲା, ସେମାନଙ୍କର ଘରକୁ ଫେରିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଥିଲା। ମହିଳା ପ୍ରଦର୍ଶନକାରୀ ଏବଂ ତାଙ୍କ ସହ ଆସିଥିବା ଲୋକଙ୍କୁ ରିଠାଲା ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଛଡ଼ା ଯିବାର ପୂରା ସୁବିଧା କରିଥିଲା ଦିଲ୍ଲୀ ପୋଲିସ। ଏପରିକି ପୁରୁଷ ପ୍ରଦର୍ଶନକାରୀଙ୍କ ପାଇଁ ଡିଟିସି ବସର ବ୍ୟବସ୍ଥା ହୋଇଥିଲା।

Also Read: ବିରୋଧୀଙ୍କୁ ଝଟକା : ଇଣ୍ଡି ମେଣ୍ଟର ନେତାଙ୍କୁ ଭେଟିବେନି ପ୍ରଧାନ ବିଚାରପତି

ଉତ୍ତେଜନାକୁ ହାଲୁକା କଲେ ପ୍ରଦର୍ଶନକାରୀ

ପୋଲିସ ହେପାଜତରେ ଥିବା ସମୟରେ ମିଳିଥିବା ଚା, ଜଳଖିଆକୁ ନେଇ ପ୍ରଦର୍ଶନକାରୀ ଦେଇଥିବା ନାରା ସଭିଙ୍କ ଧ୍ୟାନ ଆକର୍ଷିତ କରିଛି। ‘ଏକ ଚାୟ,  ଦୋ ସମୋସା, ଦିଲ୍ଲୀ ପୋଲିସ ପର ପୂରା ଭରୋସା’ ପରି ନାରା ଜରିଆରେ ପ୍ରଦର୍ଶନକାରୀ ମାହୋଲକୁ ହାଲୁକା କରିଥିଲେ। ଏହାର ଭିଡିଓ  ଭାଇରାଲ୍ ହେବାରେ ଲାଗିଛି।

ଏସିପି ବଓ୍ଵାନାଙ୍କ ପକ୍ଷରୁ ହୋଇଥିଲା ବ୍ୟବସ୍ଥା

ବଓ୍ଵାନାର ଏସିପି ଗୌରଭ ବଓ୍ଵାନା ଷ୍ଟାଡିୟମରେ ସମସ୍ତ ବ୍ୟବସ୍ଥାର ଦାୟିତ୍ଵ ନେଇଥିଲେ ଏବଂ ପ୍ରଦର୍ଶନକାରୀଙ୍କ ପାଇଁ ସବୁ ପ୍ରକାରର ବ୍ୟବସ୍ଥା ସୁନିଶ୍ଚିତ କରିଥିଲେ। ଯଥା ମାଗଣାରେ ଅନଲିମିଟେଡ ଚା, ସିଙ୍ଗଡା ଏବଂ ପାଣି ବୋତଲ। ଏସବୁ ବାଦ୍ ଏସିପି ଗୌରଭ ମହିଳା ପ୍ରଦର୍ଶନକାରୀଙ୍କୁ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଛାଡିବାର ବ୍ୟବସ୍ଥା ମଧ୍ୟ କରିଥିଲେ। ଦିଲ୍ଲୀ ପୋଲିସର ଏଭଳି ବ୍ୟବସ୍ଥା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। 

Also Read: କମୁନି 'ସିଇସି ହଟାଅ' ତାତି : ଆଜି ଦିଲ୍ଲୀରେ ଇଣ୍ଡି ମେଣ୍ଟର 'ସୁପ୍ରିମ୍' ପଦଯାତ୍ରା