ନୂଆଦିଲ୍ଲୀ: ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକରୋଚ ଜନତା ପାର୍ଟି(CJP) ଦ୍ଵାରା ଦିଲ୍ଲୀରେ ଅକ୍ଟୋବର ୧୦ରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ ହୋଇଥିଲା। ତେବେ ଏହା ପୂର୍ବରୁ ଯାହା ଘଟିଥିଲା ତାହା ସବୁଠୁ ଅଧିକ ଚର୍ଚ୍ଚା ଏବଂ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ହେଲା ଏୟାର ଇଣ୍ଡିଆର ବିମାନ ମୁମ୍ବାଇରୁ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ଦିଲ୍ଲୀ ପୋଲିସ ବିମାନ ଭିତରକୁ ପଶି ସିଜେପି ସଂସ୍ଥାପକ ଅଭିଜିତ ଦୀପକେ, ସହ ସଂଯୋଜକ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ଉଠାଇ ନେଇଥିଲା। ଏହାର ଭିଡିଓ ଏବେ ସବୁ ପ୍ଲାଟଫର୍ମରେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ପ୍ରଶ୍ନ ଉଠୁଛି ଯେ କଣ ପୋଲିସ ପାଖରେ ବିମାନ ବନ୍ଦରରେ ଏମିତି ପଶି କାହାକୁ ଗିରଫ କରିବା କିମ୍ବା ଉଠାଇ ନେବାର ଅଧିକାର ରହିଛି କି ? ଏହାକୁ ନେଇ କଣ ନିୟମ ରହିଛି ?

ଏୟାର ଇଣ୍ଡିଆ ମାଗିଲା ଜବାବ

ଦ ହିନ୍ଦୁର ଏକ ରିପୋର୍ଟ ମୁତାବକ ଏୟାର ଇଣ୍ଡିଆ ବ୍ୟୁରୋ ଅଫ ଏଭିଏସନ ସିକ୍ୟୁରିଟିଠୁ ଜବାବ ମାଗିଛି ଯେ, ବିମାନ ଭିତରକୁ ପଶିବାକୁ ଦିଲ୍ଲୀ ପୋଲିସକୁ କିଏ ଅନୁମତି ଦେଲା। ଯଦି ଏମିତି କାର୍ଯ୍ୟାନୁଷ୍ଠାନ ଜରୁରୀ ଥିଲା ତେବେ ତା ପୂର୍ବରୁ ସମ୍ବନ୍ଧିତ ଏୟାରଲାଇନ୍ସକୁ କାହିଁକି ସୂଚନା ଦିଆଗଲା ନାହିଁ। ଅନ୍ୟପଟେ ପୋଲିସ ଅଧିକାରୀଙ୍କ କହିବା କଥା ଲ ଅଫ ଦ ଲ୍ୟାଣ୍ଡ ମୁତାବକ ଭାରତର ସୀମା ଭିତରେ ପୋଲିସ କେଉଁଠି ବି କାର୍ଯ୍ୟାନୁଷ୍ଠାନ ନେଇ ପାରିବ।

Also Read: ମାଗଣା ଜଳଖିଆକୁ ନେଇ ପ୍ରଦର୍ଶନକାରୀଙ୍କ ନାରାବାଜି, ‘ଏକ ଚାଏ, ଦୋ ସମୋସା... ଦିଲ୍ଲୀ ପୋଲିସ ପର ପୂରା ଭରୋସା’

ଦିଲ୍ଲୀ ପୋଲିସର ଯୁକ୍ତି

ପୋଲିସର କହିବା କଥା ଭାରତୀୟ ନ୍ୟାୟ ସହିଂତା, ଭାରତୀୟ ନାଗରିକ ସୁରକ୍ଷା ସହିଂତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଧାରରେ ସେମାନଙ୍କୁ ଏହି ଅଧିକାର ଦିଆଯାଇଛି। ପୋଲିସର ତର୍କ ଏହା ଯେ, ଯେଉଁଭଳି ଟ୍ରେନକୁ ଯାଇ ପୋଲିସ ଅପରାଧୀଙ୍କୁ ଗିରଫ କରିଥାଏ, ଠିକ୍ ସେହିପରି ବିମାନ ଭିତରେ ପଶି ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ।

କଣ ରହିଛି ନିୟମ

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏୟାରକ୍ରାଫ୍ଟ ସିକ୍ୟୁରିଟି ରୁଲ୍ସ ୨୦୨୩ ପ୍ରସ୍ତୁତ କରାଯାଇଥିଲା। ଏହାର ୨୨ତମ ସଂଶୋଧନ ନିୟମ ଅନୁଯାୟୀ, କାହାରିକୁ ବି ଭିଜିଟର୍ସ ପାସ୍, ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟିର ମହାନିର୍ଦ୍ଦେଶକ କିମ୍ବା କେନ୍ଦ୍ର ସରକାରଙ୍କ ଅନୁମତି ପରେ ବିମାନ ବନ୍ଦର ଭିତରକୁ ଯିବାର ନିୟମ ରହିଛି। ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏୟାରପୋର୍ଟ ଏବଂ ବିମାନ ଭିତରକୁ ପଶିବା ପାଇଁ ଦିଲ୍ଲୀ ପୋଲିସକୁ ସ୍ଵତନ୍ତ୍ର ପାସ୍ ମିଳିଥିଲା।

Also Read: ଶନିବାର ରାହୁଲଙ୍କ ସହ କଫି ପିଇଲେ, ରବିବାର ପିଏମ ମୋଦୀଙ୍କ ସହିତ ମେଟ୍ରୋରେ ଯାତ୍ରା; ଚର୍ଚ୍ଚାରେ CM Vijay