ନୂଆଦିଲ୍ଲୀ: ଭାରତ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ। ଫିନ ଆଲେନ, ଲକି ଫର୍ଗୁସନ, ରଚିନ ରବୀନ୍ଦ୍ରନ, ଏବଂ ଟିମ ସେଫର୍ଟଙ୍କୁ ଏହି ଦଳରେ ସାମିଲ କରାଯାଇଛି। ମିଚେଲ ସାଣ୍ଟେନର କ୍ୟାପ୍ଟେନ୍ ହୋଇଛନ୍ତି।

ତେବେ ଦିନିକିଆ ପୂର୍ବରୁ ଉଭୟ ଦଳ ମଧ୍ୟରେ ଅକ୍ଟୋବର ୨୨ରୁ ନଭେମ୍ବର ୧ ପର୍ଯ୍ୟନ୍ତ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ତା’ପରେ ନଭେମ୍ବର ୪ ତାରିଖରୁ ଅକଲାଣ୍ଡର ଇଡେନ୍ ପାର୍କରେ ଦିନିକିଆ ସିରିଜ୍ ଆରମ୍ଭ ହେବ।

ଚଳିତବର୍ଷ ଜାନୁଆରୀ ମାସରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯାଇଥିଲା । ସେତେବେଳେ କିୱି ଦଳ ପ୍ରଥମ ଥର ଭାରତୀୟ ମାଟିରେ ଭାରତ ବିପକ୍ଷରେ ଦିନିକିଆ ସିରିଜ ଜିତି ରେକର୍ଡ କରିଥିଲା। ଏଥର କିନ୍ତୁ ଘରୋଇ ମାଟିରେ ଭାରତକୁ ସାମ୍ନା କରିବ ନ୍ୟୁଜିଲାଣ୍ଡ। ତେବେ ଦଳ ପୁରୁଣା ରେକର୍ଡ ଦୋହରାଇକୁ ନିଶ୍ଚୟ ଚେଷ୍ଟା କରିବ।

Also Read- India vs West Indies, 3rd T20I: ୱେଷ୍ଟଇଣ୍ଡିଜକୁ ୨୨୪ ରନର ଟାର୍ଗେଟ୍ ଦେଲା ଇଣ୍ଡିଆ, ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ

ଏପଟେ ଫିନ ଆଲେନ ଓ ଲକି ଫର୍ଗୁସନ ପ୍ରାୟ ୩ ବର୍ଷ ପରେ ଦିନିକିଆ ଟିମକୁ ଫେରିଛନ୍ତି। ଶେଷ ଥର ପାଇଁ ଉଭୟ ବ୍ୟାଟର ୨୦୨୩ରେ ଦିନିକିଆ ମ୍ୟାଚ୍ ଖେଳିଥିଲେ। ୨୦୨୩ରେ ମୁମ୍ବାଇରେ ହୋଇଥିବା ଭାରତ ବିପକ୍ଷରେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍ ସେମିଫାଇନାଲରେ ଫର୍ଗୁସନ ଭାରତ ବିପକ୍ଷରେ ନଜର ଆସିଥିଲେ।

ସେହିପରି ଟିମ୍ ସେଫର୍ଟ ମଧ୍ୟ ୧୮ ମାସ ପରେ ଦିନିକିଆ ଟିମ୍କୁ ଫେରୁଛନ୍ତି। ସେ ୧୮ ମାସ ପୂର୍ବରୁ ଶେଷ ଥର ପାଇଁ ପାକିସ୍ତାନ ବିପକ୍ଷ ଘରୋଇ ସିରିଜରେ ଦିନିକିଆ ମ୍ୟାଚ୍ ଖେଳିଥିଲେ।

ତେବେ ରଚିନ ରବୀନ୍ଦ୍ର ଅଭ୍ୟାସ ବେଳେ କାନ୍ଧରେ ଆଘାତ ଲାଗିଥିବା ଖବର ଆସିଥିଲା। ଏଥିପାଇଁ ତାଙ୍କୁ ଭାରତ ବିପକ୍ଷ ଟି-୨୦ ସିରିଜ୍ରୁ ବିଦା ଦିଆଯାଇଛି। କିନ୍ତୁ ସେ ଦିନିକିଆ ସିରିଜ ଖେଳିବେ। ନ୍ୟୁଜିଲାଣ୍ଡ କ୍ରିକେଟ ୱେବ୍ସାଇଟର ସୂଚନା ଅନୁସାରେ ତୃତୀୟ ଦିନିକିଆ ପରେ ଦଳର କିଛି ଖେଳାଳି ଆଗାମୀ ଟେଷ୍ଟ ସିରିଜ ପାଇଁ ୱେଲିଂଟନ ଯାଇ ପ୍ରସ୍ତୁତି କରିବେ। ତେଣୁ ଚତୁର୍ଥ ଓ ତୃତୀୟ ଦିନିକିଆ ମୁକାବିଲା ପାଇଁ ୭ ଅତିରିକ୍ତ ଖେଳାଳିଙ୍କୁ ଦଳରେ ସାମିଲ୍ କରାଯିବ।

ପ୍ରଥମ ୧-୩ ଦିନିକିଆ ମ୍ୟାଚ୍ ପାଇଁ- ମିଚେଲ ସାଣ୍ଟନର (ଅଧିନାୟକ), ମାଇକେଲ ବ୍ରେସୱେଲ, ମାର୍କ ଚାପମ୍ୟାନ, ଡେଭନ୍ କନୱେ, ଜ୍ୟାକବ ଡଫି, ମ୍ୟାଟ୍ ହେନରୀ, କାଇଲ୍ ଜାମିସନ୍, ଟମ୍ ଲାଥମ୍ (ୱିକେଟ୍ କିପର), ଡାରିଲ୍ ମିଚେଲ୍, ଗ୍ଲେନ୍ ଫିଲିପ୍ସ, ରଚିନ୍ ରବୀନ୍ଦ୍ର, ନାଥନ୍ ସ୍ମିଥ୍, ୱିଲ୍ ୟଙ୍ଗ, ବ୍ଲେୟାର ଟିକନର୍।

ଚତୁର୍ଥ ଓ ପଞ୍ଚମ ଦିନିକିଆ- ମିଚେଲ୍ ସାଣ୍ଟନର୍ (ଅଧିନାୟକ), ଫିନ୍ ଆଲେନ୍, ମାଇକେଲ୍ ବ୍ରେସୱେଲ୍, ମାର୍କ ଚାପମ୍ୟାନ୍, କ୍ରିଷ୍ଟିଆନ୍ କ୍ଲାର୍କ, ଜ୍ୟାକବ୍ ଡଫି, ମ୍ୟାଟ୍ ଫିଶର୍, ଲକି ଫର୍ଗୁସନ୍, ମିଚ୍ ହେ (ୱିକେଟ୍ କିପର୍), ନିକ୍ କେଲି, ଟିମ୍ ସାଇଫର୍ଟ (ୱିକେଟ୍ କିପର୍), ବ୍ଲେୟାର୍ ଟିକନର୍, ୱିଲ୍ ୟଙ୍ଗ୍।

ଦିନିକିଆ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିସାରିଥିବା ବେଳେ ଟେଷ୍ଟ ସିରିଜ୍ ପାଇଁ ନଭେମ୍ବର ମାସ ଆରମ୍ଭରୁ ୧୪ ଜଣିଆ ଦଳ ଘୋଷଣା କରିବ।