ନୂଆଦିଲ୍ଲୀ, ୧୨/୧୦ : ଧନୀ ବାପାର ଉଦ୍ଧତ ପୁଅ । ଦୁର୍ଘଟଣା କଲା । ଦାମୀ ଗାଡିରେ ମଦ ପିଇ ଜୀବନ ନେଲା । ଆଉ କହୁଛି ବାପା ଅଛନ୍ତି କିଛି ହେବନି । ବାପା ସବୁ ବୁଝିଦେବେ । କେରଳ ମିନି କୁପର ଦୁର୍ଘଟଣାରେ ସାମିଲ ଅଭିଯୁକ୍ତ ଛାତ୍ରର ଏପରି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ରିପୋର୍ଟ ଅନୁସାରେ, କେରଳ କୋଚିରେ ଥିବା ନେଡୁମବାସାରୀ ବିମାନ ବନ୍ଦର ରାସ୍ତାରେ ଏକ ଭୟଙ୍କର ଦୁର୍ଘଟଣ ଘଟିଛି । ଏଥିରେ ଏକ ମିନି କୁପର କାର ବାଇକକୁ ଧକ୍କା ଦେବାରୁ ତିନି ଜଣ ପ୍ରାଣ ହରାଇଛନ୍ତି । ଯାହାର ଭିଡିଓ ମଧ୍ୟ ଭାଇରାଲ ହେଉଛି । ରବିବାର ଦିନ ଏହି ଦୁର୍ଘଟଣା ଘଟିଥିଲା ।

Also Read :- ଭୟରେ କିମ୍ ଜଙ୍ଗ୍ ! ସବୁଠୁ ଭୟଙ୍କର ମିସାଇଲର ପରୀକ୍ଷଣ କଲା ଦକ୍ଷିଣ କୋରିଆ

ପୋଲିସର କହିବାନୁସାରେ, ମିନି କୁପରକୁ ସୁହେଲ୍ ସଜୀବ ନାମକ ଜଣେ ୧୯ ବର୍ଷର ଛାତ୍ର ଚଳାଉଥିଲେ । ସେ ଏତେ ଜୋରରେ ଏହାକୁ ଚଳାଉଥିଲେ ଯେ ବିମାନ ବନ୍ଦର ରାସ୍ତାରେ ତିନି ଜଣଙ୍କୁ ଧକ୍କା ଦେଇଥିଲେ । ଏପରିକି କାରରେ ଧକ୍କା ଦେବା ପରେ ଘୋଷାରି ନେଇଥିଲେ ।

ଖାଲି ଏତିକି ନୁହେଁ ଦୁର୍ଘଟଣା ପରେ ସୁହେଲ ଉଦ୍ଧତ ହୋଇ ପୋଲିସ ସହ ଯୁକ୍ତିତର୍କ କରିଥିଲେ । ରାସ୍ତା କଣ ପାଇଁ ହୋଇଛି । ଚଳାଇବା ପାଇଁ ନା ନାହିଁ ବୋଲି ପଚାରିଥିଲେ । ଏପରିକି ଏସବୁ ଘଟଣା ବାପା ବୁଝିଦେବେ ବୋଲି ସେ କହିଥିଲେ । ତାଙ୍କର ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ନେଟିଜେନ୍ସ ଖପ୍ପା ହୋଇଛନ୍ତି ।

ତଦନ୍ତରୁ ଜଣା ପଡିଛି ଯେ, ସୁହେଲ ମଦ୍ୟପାନ କରି କାର୍ ଚଳାଉଥିଲେ । ଦୁର୍ଘଟଣା ଘଟାଇବା ପୂର୍ବରୁ ସେ ଅନେକ ବାର୍ ଯାଇଥିଲେ । କେରଳରେ ମଦ୍ୟପାନ ପାଇଁ ବୟସ ୨୩ ଥିବା ବେଳେ ସେ ଏହାର ଉଲ୍ଲଙ୍ଘନ କରିଛନ୍ତି । ଅନ୍ୟ ଦିଗରେ ପ୍ରାଣ ହରାଇଥିବା ସମସ୍ତଙ୍କ ପରିଚୟ ମିଳିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣ କେରଳର ହୋଇଥିବା ବେଳେ ଅନ୍ୟ ଜଣେ କର୍ଣ୍ଣାଟକର ହୋଇଥିବା ଜଣାପଡିଛି ।