ଛେଣ୍ଡିପଦା ୨୩।୭: ବସ୍‌କୁ ପଛପଟୁ ଧକ୍କା ଦେଲା ହାଇଓ୍ବା । ଦୁର୍ଘଟଣାଗ୍ରସ୍ତ ହୋଇଛି ଓଏସଆରଟିସି ଏକ ବସ୍ । ବସ୍‌ରେ ଥିବା ୭ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅଞ୍ଚଳରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଅନୁଗୋଳ–ସମ୍ବଲପୁର ୫୫ ନମ୍ବର ରାଜ୍ୟ ରାଜପଥର ଭାଗିରଥୀପୁର ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ଓଏସଆରଟିସି ବସ୍‌କୁ ପଛପଟୁ ଏକ ହାଇୱା ଧକ୍କା ଦେଇଛି । ଯାହା ଫଳରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ଲୋକେ ହାଇୱା ଚାଳକଙ୍କୁ ଅଟକ ରଖିଛନ୍ତି ।

Also Read:- ୬ ଆଦିବାସୀ ନେତାଙ୍କୁ ରାତିଅଧିଆ ଉଠାଇନେଲା ପୋଲିସ, ପାରମ୍ପରିକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ

ଖବର ପାଇ ଜରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।