ବଲାଙ୍ଗୀର ୨୩।୦୭: ବଲାଙ୍ଗିର ଜିଲ୍ଲାର ବହୁଚର୍ଚ୍ଚିତ ଲୋୟର ସୁକତେଲ ପ୍ରକଳ୍ପର ବିସ୍ଥାପିତ ଗାଁ କୁମିଆପାଲିରେ ଆନ୍ଦୋଳନ କରୁଥିବା ୬ ଜଣ ଆଦିବାସୀ ନେତାଙ୍କୁ ରାତିଅଧିଆ ଉଠାଇ ନେଇଛି ପୋଲିସ । ସେମାନଙ୍କ ନିକଟରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଲୋଇସିଂହା ବ୍ଲକ୍ ଅନ୍ତର୍ଗତ କୁମିଆପାଲି ଗାଁର ୮୪ଟି ଆଦିବାସୀ ପରିବାର ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହେବାକୁ ଥିବା ବେଳେ, ଉଚିତ୍ କ୍ଷତିପୂରଣ ଓ ସ୍ଥାୟୀ ଥାଇଥାନ ଦାବିରେ ଗାଁ ଛାଡ଼ିବାକୁ ମନା କରିଥିଲେ। ଗାଁ ମୁଣ୍ଡରେ ପାଣି ମାଡ଼ି ଆସୁଥିଲେ ମଧ୍ୟ ସ୍ଥାନୀୟ ଲୋକେ ଗତ ୨ ଦିନ ହେବ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଧାରଣାରେ ବସିଥିଲେ। ସମସ୍ୟାର ସମାଧାନ ନହୋଇ ପାରିବାରୁ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ପୋଲିସ ବିଳମ୍ବିତ ରାତିରେ ଆନ୍ଦୋଳନକାରୀଙ୍କ ମୁଖିଆମାନଙ୍କୁ ଉଠାଇ ଆଣିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

Also Read:-Ratha Yatra 2026 : ଜନ୍ମବେଦୀରେ ମହାପ୍ରଭୁଙ୍କ ଶେଷ ଦର୍ଶନ, ଶୁକ୍ରବାର ବାହୁଡ଼ିବେ ମହାବାହୁ