ନୂଆଦିଲ୍ଲୀ, ୦୮/୧୦ : ସାଉଦି ଆରବ ଏବଂ ୟେମେନ ଉପରେ ହୁତି ବିଦ୍ରୋହୀମାନେ ଜୋରଦାର ଆକ୍ରମଣ କରିଛନ୍ତି । ସାଉଦିର ଦୁଇଟି ବିମାନ ବନ୍ଦରକୁ ହୁତି ପକ୍ଷରୁ ଟାର୍ଗେଟ୍ କରାଯାଇଛି । ହୁତି ଏଠାରେ ବାଲିଷ୍ଟିକ୍ ମିସାଇଲ୍ ଏବଂ ଡ୍ରୋନ୍ ଆଟାକ୍ କରିଛି । ଯେଉଁଥିରେ ତିନି ଜଣ ପ୍ରାଣ ହରାଇଥିବା ବେଳେ ୩୬ରୁ ଅଧିକ ଆହତ ହୋଇଛନ୍ତି ।

Also Read :- ନାନା ପାଟେକରଙ୍କ ପତ୍ନୀ କେଉଁଠି, କ'ଣ କରୁଛି ଛୋଟ ପୁଅ ? ଜାଣନ୍ତୁ ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ

ପ୍ରଥମେ ସାଉଦି ଆରବର ରାଜଧାନୀରେ ଥିବା କିଙ୍ଗ୍ ଖଲିଦ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଆକ୍ରମଣ ହୋଇଥିଲା । ଏଥିରେ ସୁଦାନର ଜଣେ ନାଗରିକ ପ୍ରାଣ ହରାଇଥିଲେ । ସେହିପରି ଆଭା ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ମରୋକ୍କୋ ଏବଂ ଆଲଜେରିଆର ଜଣେ ଲେଖାଏଁ ନାଗରିକ ପ୍ରାଣ ହରାଇଛନ୍ତି । ଏହାସହ ୨୮ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ସାଉଦିର ବେସାମରିକ ଉଡାଣ ବିଭାଗ ତିନି ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି । କିନ୍ତୁ ଆକ୍ରମଣର କାରଣ ବାବଦରେ ସାଉଦି ପକ୍ଷରୁ କିଛି କୁହାଯାଇ ନାହିଁ । କିନ୍ତୁ ଅନ୍ୟ ଦିଗରେ ଆକ୍ରମଣ ପଛରେ ହାତ ଥିବା ନେଇ ହୁତି ପକ୍ଷରୁ ଦାବି କରାଯାଇଛି ।

ରୟଟର୍ସ ଅନୁସାରେ, ୟେମେନର ହୁତି ବିଦ୍ରୋହୀମାନେ ଦେଶର ରାଜଧାନୀରେ ଥିବା ବିମାନବନ୍ଦର ଉପରେ ଆକ୍ରମଣ କରିଥିଲେ । ସେମାନେ ଏୟାରପୋର୍ଟରେ ଡ୍ରୋନ୍ ଏବଂ ମିସାଇଲ୍ ମାଡ଼ କରିଥିଲେ । ଯାହା ଫଳରେ ବିମାନଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।