ରାଉରକେଲା ୯।୭: ମାଟିରେ ମିଶିଲା ନିଶା ବେପାରୀ, ନିଶାଡ଼ିଙ୍କ ସହ ୬ ହତ୍ୟା ଅଭିଯୁକ୍ତଙ୍କ ଘର । ୬ ହତ୍ୟା ଅଭିଯୁକ୍ତଙ୍କ ଘର ଭାଙ୍ଗିଛି ରାଉରକେଲା ପୋଲିସ । ଘର ଉପରେ ଚାଲିବାକୁ ଥିଲା ବୁଲଡୋଜର । ହେଲେ ଗଳି ଦେଇ ବୁଲଡୋଜର ଯାଇ ନ ପାରିବାରୁ, ଶାବଳ ସହ ବଡ ମାର୍ତୁଲରେ ମାଟିରେ ମିଶାଇ ଦିଆଗଲା ୬ଟି ଘର । ହତ୍ୟା ଅଭିଯୁକ୍ତ ଚିନୁ ହରିପା, କାଳିଆ ନାୟକ, ଛୋଟୁ ନାୟକ, ବାବୁ ଲଣ୍ଡା ଓରଫ ସନ୍ତୋଷ ନାୟକ ସହ ରୋହିତ ହରୀପା ଘର ମିଶିଲା ମାଟିରେ ।

ସେକ୍ଟର ୭ ଥାନା ନାରାୟଣୀ ବସ୍ତିରେ ଷ୍ଟିଲ ପ୍ଲାଣ୍ଟ ଜମିରେ ବେଆଇନ ଭାବରେ ଘର କରି ଚଳାଇଥିଲା ବ୍ରାଉନ ସୁଗାର ବେପାର । ନାରାୟଣୀ ବସ୍ତିକୁ ଲାଗି ରହିଥିବା ରାମେଶ୍ୱର ବସ୍ତିର  ଯୁବକ କରୁଥିଲେ ବାରଣ । ଯାହାକୁ ନେଇ ଗତ ୧୬ ତାରିଖ ପୂର୍ବାହ୍ନରେ ଘଟିଥିଲା ହତ୍ୟାକାଣ୍ଡ । ସଂଘବଦ୍ଧ ଭାବରେ ଆକ୍ରମଣ କରି ଖଣ୍ଡାରେ ବେକକୁ ଚୋଟ ପକାଇ ହତ୍ୟା କରିଥିଲେ ରାମେଶ୍ୱର ବସ୍ତିର ଯୁବକ ତୋଫାନ ବିନ୍ଧାଣୀଙ୍କୁ । ଗୁରୁତର ହୋଇଥିଲେ ତୋଫାନ ବିନ୍ଧାଣୀଙ୍କ ବନ୍ଧୁ ଶୁଭେନ୍ଦୁ ସେଠୀ । ହତ୍ୟାକାଣ୍ଡ ଘଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ ମାନେ ।

Also Read:- ପଞ୍ଚାୟତ-ପୌର ନିର୍ବାଚନ ବିଗୁଲ୍ : ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ, ଡୋର୍ ଟୁ ଡୋର୍ ସର୍ଭେ ଉପରେ ହେବ ସମୀକ୍ଷା

ହତ୍ୟାକାଣ୍ଡର ୪ ଦିନରେ ଅର୍ଥାତ୍ ଗତ ଜୁନ ୨୦ ତାରିଖରେ ଦୁଇ ହତ୍ୟା ଅଭିଯୁକ୍ତ ଚିନୁ ହରିପ ସହ ସନ୍ତୋଷ ନାୟକକୁ ରାଉରକେଲା ପୋଲିସ କରିଥିଲା ଏନକାଉଣ୍ଟର ପରେ ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଛି । ହେଲେ ଏବେବି ଅନେକ ଫେରାର ଅଛନ୍ତି । ଫେରାର ଅଭିଯୁକ୍ତ ମାନଙ୍କୁ ପୋଲିସ କହିଥିଲା ଆତ୍ମ ସମର୍ପଣ କରିବା ପାଇଁ ହେଲେ ନକରିବାରୁ ଆଜି ନେଇଛି ଆକ୍ସନ । ଅନ୍ୟପଟେ ମୃତ ତୋଫାନ ବିନ୍ଧାଣୀଙ୍କ ମାଆ ସହ ଭଉଣୀ ଅଭିଯୋଗ ଆଣିଛନ୍ତି ଯେ, ଘର ଭାଙ୍ଗିବା ପରେ ପୁଣି ଫେରି କରିପାରନ୍ତି ଆକ୍ରମଣ । ତେଣୁ ଯେପରି ଆଉ ବସ୍ତିକୁ ଫେରିବେ ନାହିଁ, ପରେ ଘର ତିଆରି କରିବେ ନାହିଁ ସେହି ବ୍ୟବସ୍ଥା କରୁ ପୋଲିସ ।