ଭୁବନେଶ୍ୱର: ରେସିଡେନ୍ସିଆଲ ଜୋନରେ ବେଆଇନ ଭାବେ କମର୍ସିଆଲ ବ୍ୟବହାର କରୁଥିବା ଘର ଓ ପ୍ରତିଷ୍ଠାନ ଉପରେ କଡ଼ା ନଜର ରଖାଯାଉଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ରେସିଡେନ୍ସିଆଲ ଅଞ୍ଚଳରେ ନିୟମ ବିରୋଧୀ କମର୍ସିଆଲ ବ୍ୟବହାର ହେଉଥିଲେ ତୁରନ୍ତ ସିଜ୍ ନୋଟିସ୍ ଦେବାକୁ ନିର୍ଦ୍ଦେଶ ରହିଛି। ଏନେଇ ପ୍ରଶାସନ ପକ୍ଷରୁ ନଜର ରଖାଯାଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଏହି ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ପାଖାପାଖି ୬ ହଜାର ନୋଟିସ୍ ଜାରି କରାଯାଇଛି। ଏଥିସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବା ପାଖାପାଖି ୩୦୦ଟି ଘରକୁ ଚିହ୍ନଟ କରାଯାଇଛି।

ତେବେ ଏହି କାର୍ଯ୍ୟାନୁଷ୍ଠାନ ଭିତରେ ଲୋକେ ଯେପରି ହଇରାଣ ନହୁଅନ୍ତି, ସେଥିପାଇଁ ସୁଯୋଗ ପୋର୍ଟାଲ ମାଧ୍ୟମରେ ଆବେଦନ କରିବାର ସୁଯୋଗ ରହିଛି। ଆବଶ୍ୟକତା ଅନୁସାରେ ନିୟମିତକରଣ ବା ଅନୁମତି ସମ୍ପର୍କିତ ପ୍ରକ୍ରିୟା ପାଇଁ ଏହି ବ୍ୟବସ୍ଥା ଉପଯୋଗ କରିପାରିବେ।

also read- ଲଗାଣ ବର୍ଷାରେ ସ୍କୁଲ ବନ୍ଦ, ଆଗକୁ ବଢ଼ିବ ଛୁଟି ! Extra Classକୁ ଗୁରୁତ୍ୱ

ମନ୍ତ୍ରୀ କହିଛନ୍ତି, ଲୋକଙ୍କ ବ୍ୟବସାୟ ଓ ଜୀବିକାକୁ ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଏହା ସହିତ ଜନସାଧାରଣଙ୍କ ସୁରକ୍ଷା, ଯାତାୟାତ ବ୍ୟବସ୍ଥା ଓ ସହରୀ ଶୃଙ୍ଖଳାକୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ ମଧ୍ୟ ପାଳନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ରେସିଡେନ୍ସିଆଲ ଅଞ୍ଚଳରେ ବ୍ୟବସାୟିକ ବ୍ୟବହାର ନେଇ ଆଗକୁ ମଧ୍ୟ ଯାଞ୍ଚ ଓ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ହୋଇଛି।