ଭୁବନେଶ୍ୱର ୨୪।୦୯ : ରାଗିଗଲେ ରାଜସ୍ୱ ମନ୍ତ୍ରୀ । ପ୍ରଶ୍ନର ଉତ୍ତର ଦେବା ସମୟରେ ହଠାତ୍‌ ବିରୋଧୀ ସଦସ୍ୟଙ୍କ ଉପରେ ରାଗିଗଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେହିପରି ବିଧାୟକ ପଚାରିଥିବା ପ୍ରଶ୍ନ ଶୁଣି ଉଦବେଗ ପ୍ରକାଶ କରିଛନ୍ତି ।

ବିଧାନସଭା ମୌସୁମୀ ଅଧିବେଶନ । ଆଜି ୩ୟ ଦିନରେ ବିଧାନସଭାରେ ଦେଖିବାକୁ ମିଳିଥିଲା ବେଶ୍ ରୋଚକ ଦୃଶ୍ୟ । ନିଜ ଦଳର ବିଧାୟକଙ୍କ ପ୍ରଶ୍ନ ଶୁଣି ଉଦ୍ବେଗ ପ୍ରକାଶ କରିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟାରେ ଝାରସୁଗୁଡ଼ାରେ ବ୍ୟାପକ ଭାବରେ ଘର ଭାଙ୍ଗିଛି । ଲୋକ ରହିବା ପାଇଁ ଘର ନାହିଁ , ଝାରସୁଗୁଡ଼ା ସଦର ଏବଂ ବିଭିନ୍ନ ବ୍ଲକରେ ବର୍ଷା ପାଇଁ ମାଟି ଘର ଭାଙ୍ଗିଯାଇଛି । ବନ୍ୟା ଅଞ୍ଚଳ ପାଇଁ ଅନେକ କିଛି କରୁଛନ୍ତି । ହେଲେ ଯେଉଁଠି ଘର ଭାଙ୍ଗିଛି, ସେଠାରେ କିଛି କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଯାହାକୁ ଶୁଣି ଉଦ୍ବେଗ ପ୍ରକାଶ କରିଥିଲେ ସୁରେଶ ପୂଜାରୀ ।

Also Read:-Odisha Assembly : ୩ୟ ଦିନରେ ବି ଗୃହ ଅଚଳ, ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ

ପ୍ରଶ୍ନ ଉତ୍ତର ଦେବା ସମୟରେ ରାଗିଯାଇଥିଲେ ରାଜସ୍ୱ ମନ୍ତ୍ରୀ । ସୁରେଶ ପୂଜାରୀ ଉତ୍ତର ରଖୁଥିବା ସମୟରେ ରିପୋର୍ଟରଙ୍କ ଚେୟାର ଉପରେ ଛିଡ଼ା ହୋଇ ଆନ୍ଦୋଳନ କରୁଥିଲେ ବିରୋଧୀ । ଯାହାକୁ ନେଇ ସେ କହିଥିଲେ ଯେ, ବିଧାନସଭାରେ କୌଣସି ସଦସ୍ୟ ବକ୍ତବ୍ୟ ଦେଲା ବେଳେ ଚେୟାରକୁ ଦେଖି ଉତ୍ତର ଦେବା ନିୟମ ରହିଛି । କିନ୍ତୁ ବିରୋଧୀ ଦଳ ସଦସ୍ୟ ଯେଉଁଭଳି ଚେୟାର ଉପରେ ଛିଡା ହେଇଛନ୍ତି ଉପବାଚସ୍ପତିଙ୍କୁ ଦେଖି ହେଉନି। ଉପ ବାଚସ୍ପତି ମଧ୍ୟ କିଛି କହୁନାହାନ୍ତି।

Watch Video:-