ମୁମ୍ଵାଇ ୨୪।୦୯; ବଲିଉଡ୍‌ରେ ଏବେ ପୁଣି ଚର୍ଚ୍ଚାରେ ଗୋବିନ୍ଦାଙ୍କ ପରିବାର। ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଏବେ ସାମ୍ନାକୁ ଆସିଛି। ତା’ପୁଣି କଶ୍ମୀରା ଶାହଙ୍କ ଏକ ପୋଷ୍ଟ ମାଧ୍ୟମରେ। କଶ୍ମୀରା କାହାରି ନାଁ ନେଇନାହାନ୍ତି… କିନ୍ତୁ ତାଙ୍କ ଲେଖାରେ ଥିବା କିଛି କଥାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ତେବେ କାହାକୁ ଇଙ୍ଗିତ କରି ଏଭଳି ଲେଖିଲେ କଶ୍ମୀରା? ଆଉ କାହିଁକି ତାଙ୍କ ପୋଷ୍ଟକୁ ଗୋବିନ୍ଦାଙ୍କ ବର୍ତ୍ତମାନର ବିବାଦ ସହ ଯୋଡ଼ାଯାଉଛି ଆସନ୍ତୁ ଜାଣିବା

କହିବାକୁ ଗଲେ କଶ୍ମିରାଙ୍କ ଏହି ପୋଷ୍ଟ ଖୁବ୍ ଭାଇରାଲ ହେଉଛି । ପୋଷ୍ଟରେ କଶ୍ମିରା ବାଲକୋନିରେ କଫି ପିଉଛନ୍ତି ଆଉ ତା’ସହ ଏକ ଲମ୍ବା ପୋଷ୍ଟ। ଅଭିନେତ୍ରୀ ନିଜ ପୋଷ୍ଟରେ ଜଣେ ‘ମିଷ୍ଟ୍ରି ୱୁମ୍ୟାନ୍’ଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ମତ ରଖିଛନ୍ତି। ଅନ୍ୟର ଘର ଭାଙ୍ଗିବାର ଅଭିଯୋଗ ଥିବା ମହିଳାଙ୍କୁ ପ୍ରଶ୍ରୟ ନଦେବା ଏବଂ ବିବାହିତ ହୋଇ ମଧ୍ୟ ଅନ୍ୟ ସମ୍ପର୍କ ରଖୁଥିବା ପୁରୁଷଙ୍କ ଆଚରଣ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି— କଶ୍ମୀରା ତାଙ୍କ ପୋଷ୍ଟରେ କାହାରି ନାଁ ଉଲ୍ଲେଖ କରିନାହାନ୍ତି।

ନିକଟରେ ଗୋବିନ୍ଦାଙ୍କୁ ମୁମ୍ବାଇର ଲାଲବାଗଚା ରାଜା ଦର୍ଶନ ସମୟରେ ଅଭିନେତ୍ରୀ କୋମଲ ରାନୀଙ୍କ ସହ ଦେଖାଯାଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା।ଏହାକୁ ନେଇ କଶ୍ମୀରାଙ୍କ ନୂଆ ପୋଷ୍ଟକୁ ଅନେକେ ବିବାଦ ସହ ଯୋଡଡା ଯାଉଛି। କଶ୍ମୀରା ଶାହ ହେଉଛନ୍ତି କୃଷ୍ଣା ଅଭିଷେକଙ୍କ ପତ୍ନୀ ଏବଂ ଗୋବିନ୍ଦାଙ୍କ ପରିବାର ସହ ତାଙ୍କର ପାରିବାରିକ ସମ୍ପର୍କ ରହିଛି। ଗୋବିନ୍ଦା ଓ କୃଷ୍ଣାଙ୍କ ପରିବାର ମଧ୍ୟରେ ପୂର୍ବରୁ ମତଭେଦକୁ ନେଇ ମଧ୍ୟ ଅନେକଥର ଚର୍ଚ୍ଚା ହୋଇଛି।