ଭୁବନେଶ୍ବର ୪।୩: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଲିର ମାହୋଲ । କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ କରି ନେତୃତ୍ୱ ସମସ୍ତେ ହୋଲି ଖେଳରେ ମସଗୁଲ । ଗୀତ ନାଚରେ ମସଗୁଲ ଅଛନ୍ତି ସମସ୍ତ କାର୍ଯ୍ୟକର୍ତ୍ତା । ଏପଟେ ବିଜେପି ରାଜ୍ୟ ସଭାପତିଙ୍କୁ ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଉଛନ୍ତି କାର୍ଯ୍ୟକର୍ତ୍ତା । ଆଜି ରଙ୍ଗର ପର୍ବ ହୋଲି । ଆମର ପାରମ୍ପରିକ ପର୍ବ । ରାଜନୀତି ଭୁଲି ରଙ୍ଗ ଖେଳ ଚାଲିଛି । ଏ ରଙ୍ଗ ସମସ୍ତଙ୍କ ଜୀବନରେ ରଙ୍ଗ ଭରିଦେଉ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଏହାସହ ରାଜ୍ୟସଭା ନିର୍ବାଚନକୁ ନେଇ କହିଛନ୍ତି ରାଜନୀତି ଭୁଲି ସ୍ଵାଧୀନ ପ୍ରାର୍ଥୀକୁ ସମର୍ଥନ ପାଇଁ କହିବୁ । ହୋଲି ଖେଳ ପରେ ରାଜନୀତିର ରଙ୍ଗ ଖେଳ ଆରମ୍ଭ ହେବ ଓ ଅଲଗା ହେବ, କାଲି ନୋମିନେସନ । ସମୟ ଯଦିଓ ଧାର୍ଯ୍ୟ ହୋଇନି ଦିନ ୩ଟା ଭିତରେ ଶେଷ ହେବ ବୋଲି ମନମୋହନ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ​​​​​​​ହୋଲି ଖେଳିଲେ ରଙ୍ଗ ବଦଳିଯାଏ, କିନ୍ତୁ ଗାଧୋଇ ପଡିଲେ ଅସଲ ଚେହେରା ସାମ୍ନାକୁ ଆସେ

ରାଜ୍ୟ କାର୍ଯ୍ୟାଳୟରେ ଓଡ଼ିଶା ହୁଇଲ ଚେୟାର କ୍ରିକେଟ୍ ଟିମ୍ ସହିତ ହୋଲି ଖେଳିଛନ୍ତି ମନମୋହନ ସାମଲ । ଟିମ୍‌ର ସଦସ୍ୟମାନଙ୍କୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଦେଇଛନ୍ତି ମନମୋହନ । ସେପଟେ ତାଙ୍କ କ୍ରିଡ଼ା କ୍ଷେତ୍ରରେ ଆବଶ୍ୟକ ଦାବିକୁ ପୂରଣ କରିବାକୁ ଆଶ୍ୱାସନା ଦେଇଛନ୍ତି ମନମୋହନ । ଏନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବେ ବୋଲି ମନମୋହନ କହିଛନ୍ତି । ଏହାକୁ ନେଇ ଭିନ୍ନକ୍ଷମ କ୍ରିକେଟ୍ ଖେଳାଳିମାନେ ବେଶ ଉତ୍ସାହିତ ଥିବା କହିଛନ୍ତି ।