ସମ୍ୱଲପୁର: ହୀରାକୁଣ୍ଡରେ ଉପରମୁଣ୍ଡରେ ଜାରି ରହିଛି ବର୍ଷା। ଜଳଭଣ୍ଡାରରେ ଜଳ ପ୍ରବେଶ ବଢ଼ିବା ପରେ ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ୍ ୧୦ଟି ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ବାମ ପାର୍ଶ୍ୱରେ ୭ଟି ଏବଂ ଡାହାଣ ପାର୍ଶ୍ୱରେ ୩ଟି ଗେଟ୍ ଖୋଲା ରହିଛି। ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୮୭ ଫୁଟ୍ ରେକର୍ଡ କରାଯାଇଥିଲା।

also read- ଅବପାତ ପାଇଁ ୩ ଜିଲ୍ଲାକୁ ବଡ଼ ବିପଦ ! ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଅନ୍ୟପକ୍ଷରେ, ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ ୧ ହଜାର ୭୧୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୪୪ ହଜାର ୫୦୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରରେ ଜଳ ପ୍ରବେଶ ଓ ନିଷ୍କାସନ ଉପରେ କର୍ତ୍ତୃପକ୍ଷ ନଜର ରଖିଥିବା ବେଳେ ଆଗାମୀ ସ୍ଥିତିକୁ ଦେଖି ଗେଟ୍ ସଂଖ୍ୟା ବଢ଼ାଇବା କିମ୍ବା କମାଇବା ନେଇ ନିଷ୍ପତ୍ତି ନିଆଯିବ।