ନୂଆଦିଲ୍ଲୀ ୦୫।୦୪; ହିମାଚଳ ପ୍ରଦେଶରବଡ ଧରଣର ଦୁର୍ଘଟଣା ।ଶନିବାର ରାତିରେ କୁଲୁ ଜିଲ୍ଲାରେଯାତ୍ରୀ ଭର୍ତ୍ତି ଏକ ମିନି ବସ୍ଘାଟିକୁ ଖସି ପଡ଼ିବାରୁ ଦୁଇ ଜଣ ମହିଳା ସମେତ ଚାରି ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛିଅନ୍ୟ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ,ଗାଡ଼ିରେ ଦୁଇଜଣ ପିଲା ସମେତ ୨୨ ଜଣ ଥିଲେ

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଗାଡିଟିଜାଲୋରି ପାସରୁ ଜିଭି ଅଭିମୁଖେ ଯାତ୍ରା କରୁଥିବା ଗାଡ଼ିରେ ମୋଟ ୨୨ ଜଣ ପର୍ଯ୍ୟଟକ ଥିଲେ। ଯାତ୍ରା ସମୟରେ,ଡ୍ରାଇଭର ହଠାତ୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ଘାଟିରେ ଖସି ପଡ଼ିଲା।କାହିଁକି ନା ରାସ୍ତାଟି ପ୍ରବଳ ବର୍ଷା ଯୋଗୁଁ ଖସାଡିଆ ଥିଲା । ଯାହାଫଳରେ ତଳକୁ ଖସିବା ବେଳେ ନିୟନ୍ତ୍ରଣ ହରାଇଥିଲା ।ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପ୍ରଶାସନ ଏବଂ ରିଲିଫ୍ ଏବଂ ଉଦ୍ଧାର ଦଳ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ କହିଛନ୍ତି ଯେ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହାୟତା କରିଥିଲେ।

ପୋଲିସ୍ ରିପୋର୍ଟ କରିଛି ଯେ ଯାତ୍ରୀମାନଙ୍କ ମଧ୍ୟରୁ ୧୪ ଜଣ ଆହତ ହୋଇଛନ୍ତିସେମାନଙ୍କୁସ୍ଥାନୀୟସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି।ଅନ୍ୟଚାରି ଜଣ ପର୍ଯ୍ୟଟକଙ୍କ ଘଟଣାସ୍ଥଳେ ମୃତ୍ୟୁ ଘଟିଛି। ପୋଲିସ କହିଛି ଯେ ଅତି କମରେ ୧୮ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ,ଦୁର୍ଘଟଣାର କାରଣ ତଦନ୍ତ କରାଯାଉଛିମୃତକମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଚାଲିଛି।

Also read-Another terror plot busted in UP: ହିନ୍ଦୁ ଯବକଙ୍କୁ କାମରେ ଲଗାଅ, ଗଜୱା ଏ ହିନ୍ଦ ମିଶନ ଛାଡ଼ନି, ପାକିସ୍ତାନୀରୁ ମିଳୁଥିଲା ନିର୍ଦ୍ଦେଶ