ଆନନ୍ଦପୁର ୧୨।୯: ଅଗ୍ନିଶମ ବିଭାଗର ଦୁଇ ମହଲା ଛାତରେ ଚଢି ଫାୟାର ଫାଇଟରଙ୍କ ଆତ୍ମହତ୍ଯା ଉଦ୍ଯମ । ଫାୟାର ଅଫିସରଙ୍କ ଦ୍ବାର ମାନସିକ ନିର୍ଯାତନା ଅଭିଯୋଗରେ ଆତ୍ମହତ୍ଯା ଉଦ୍ଯମ କରିଥିବା କହିଲେ ଫାୟାର ଫାଇଟର ହେମାନନ୍ଦ ଦେହୁରୀ । ଛୁଟି ନଦେବା, ଛୁଟିସାରି ଆସିବା ପରେ ଦୁର୍ବ୍ୟବହାର କରିବା ଓ କଥା କଥାରେ ଗାଳିଗୁଲଜ କରିବା ଭଳି ଘଟଣାକୁ ନେଇ ଅତିଷ୍ଟ ହେବାରୁ ଏଭଳି ପଦକ୍ଷେପ ନେଇଥିବା ଫାୟାର ଫାଇଟର ଜଣଙ୍କ କହିଛନ୍ତି ।

Also Read:- ମହେନ୍ଦ୍ରତନୟା ନଦୀରେ ବୁଡ଼ି ବୃଦ୍ଧ ନିଖୋଜ, ସର୍ଚ୍ଚ ଅପରେସନ୍ ଜାରି

ତେବେ ବୁଝାସୁଝା କରାଇ ସହକର୍ମୀ ମାନ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ସେପଟେ ଏନେଇ ଫାୟାର ଅଫିସରଙ୍କୁ ପଚାରିବାରୁ କର୍ମଚାରୀ ଜଣଙ୍କ ଛୁଟିରୁ ଫେରି ଶୁକ୍ରବାର ଜଏନ କରିବାର ଥିଲା । ହେଲେ ସେ ରାତି ୯ଟାରେ ଆସିଥିଲେ ଓ ରାତି ୧ଟା ସମୟରେ ଅଫିସରଙ୍କୁ ଆସିଥିବାର ସୂଚନା ଦେଇଥିଲେ । ତେବେ ମାନସିକ ନିର୍ଯାତନାକୁ ସେ ଅସ୍ବୀକାର କରିଛନ୍ତି ।

Watch Video: