ଗଜପତି ୧୨।୯: ନଦୀରେ ବୁଡ଼ି ବୃଦ୍ଧ ନିଖୋଜ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମହେନ୍ଦ୍ରତନୟା ନଦୀରେ ବୁଡ଼ି ବୃଦ୍ଧ ନିଖୋଜ ହୋଇଯାଇଛନ୍ତି । ବୃଦ୍ଧଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛନ୍ତି ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ଅମରା ଅଞ୍ଚଳର ଦୁର୍ଗା ପ୍ରସାଦ ପାଣିଗ୍ରାହୀ ଶନିବାର ସକାଳେ ନଦୀକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ପରେ ସେ ନଦୀରେ ଭାସିଯାଇଥିବା ଜଣାପଡିଥିଲା ।

Also Read:- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ, ମାସେ ପରେ ଦେଖିବେ ପର୍ଯ୍ୟଟକ

ଖବର ପାଇ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ବୃଦ୍ଧଙ୍କର କୌଣସି ପତ୍ତା ମିଳିପାରିନାହିଁ ।

Watch Video: