ଭୁବନେଶ୍ବର ୭।୯: ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ କାର୍ଯ୍ୟକାରିଣୀ ସମାପ୍ତ ହେବା ପରେ ଦୁଇ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି ମନମୋହନ । ମନମୋହନଙ୍କ ଦିଲ୍ଲୀ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା । ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ପରେ ଦିଲ୍ଲୀ ଗସ୍ତ କରିଛନ୍ତି ମନମୋହନ । ରାଜ୍ୟ କାର୍ଯ୍ୟକାରିଣୀରେ ହୋଇଥିବା ନିଷ୍ପତ୍ତି ନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ସହିତ କରିପାରନ୍ତି ଆଲୋଚନା ।

Also Read:- ସ୍କୁଲ ଯିବା ବାଟରେ ଅଘଟଣ, କାର୍ ଧକ୍କାରେ ୨ ଛାତ୍ର ସମେତ ୩ ଗୁରୁତର

ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକର ନିର୍ଯ୍ୟାସ, ରାଜନୈତିକ ପ୍ରସ୍ତାବ ତଥା ତୃଣମୂଳ ସ୍ତରରୁ ଆସିଥିବା ତଥ୍ୟକୁ ରାଷ୍ଟ୍ରୀୟ ସଭାପତି ଏବଂ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ନିକଟରେ ଉପସ୍ଥାପନ କରିପାରନ୍ତି । ଏହାସହ ବିଭିନ୍ନ ନିଗମ ଏବଂ ବୋର୍ଡ ନିଯୁକ୍ତି ସମ୍ପର୍କରେ କେନ୍ଦ୍ରୀୟ ମଞ୍ଜୁରୀ ପାଇଁ ଆଲୋଚନା ହୋଇପାରେ । ରାଜ୍ୟରେ ଆଗକୁ ଆସୁଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ପ୍ରସ୍ତୁତି ଏବଂ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ନେଇ ଆଲୋଚନା ହୋଇପାରେ । କାର୍ଯ୍ୟକାରିଣୀ ବୈଠକ ଶେଷ ହେବା କ୍ଷଣି ରାଜ୍ୟ ସଭାପତିଙ୍କ ଏହି ଦିଲ୍ଲୀ ଦୌଡ଼ ସୂଚାଉଛି ଯେ, ଆଗାମୀ ଦିନରେ ଦଳ ଭିତରେ କିଛି ନୂତନ ସାଙ୍ଗଠନିକ ନିଷ୍ପତ୍ତି କିମ୍ବା ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

Watch Video: