ଝାରସୁଗୁଡ଼ା ୧୧।୯: ହାତରେ ଛୁରି ଧରି ରିଲ୍ସ କରିବା ପଡ଼ିଲା ମହଙ୍ଗା । ୮ ଜଣଙ୍କୁ ବାନ୍ଧିଲା ଝାରସୁଗୁଡ଼ା ପୋଲିସ । ଗିରଫଙ୍କ ମଧ୍ୟରେ ଅଛନ୍ତି ୩ ନାବାଳକ । SP କହିଲେ ଲୋକଙ୍କୁ ଭୟଭୀତ ଓ ଭ୍ରମିତ କଲେ ଚୁପ୍ ବସିବନି ପୋଲିସ ।

ହାତରେ ଛୁରି, ମୋବାଇଲର ରିଲ୍ସ । ହାତରେ ଛୁରି ଧରି ‘ଝାରସୁଗୁଡ଼ାରେ ଖାଲି ଏମିତି ଚାଲେ’ କହି ରିଲ୍ସ କଲେ । ଆଉ ତାକୁ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ବଞ୍ଜାରୀ ଅଞ୍ଚଳର ଏହି ୮ ଯୁବକଙ୍କୁ ବାନ୍ଧିଲା ଝାରସୁଗୁଡ଼ା ପୋଲିସ । ଗିରଫଙ୍କ ମଧ୍ୟରେ ଅଛନ୍ତି ୩ ନାବାଳକ । ତେବେ ସେମାନଙ୍କ ନାଁରେ ପୂର୍ବରୁ ମଧ୍ୟ ଥାନାରେ ଅପରାଧିକ ମାମଲା ଥିବା ଜାଣିବାକୁ ପାଇଥିଲା ପୋଲିସ ।

Also Read:- ​​​​​​​ଏଣିକି ଥାନାକୁ ଯିବା ଦରକାର ନାହିଁ, WhatsAppରେ ମିଳିବ ୧୪ ପୋଲିସ ସେବା

ଝାରସୁଗୁଡ଼ା SP ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ କହିଛନ୍ତି, ଯଦି କେହି ଏଭଳି ସାଧାରଣ ଲୋକଙ୍କୁ ଭୟଭୀତ ବା ଭ୍ରମିତ କରିବାକୁ ଚେଷ୍ଟା କରିବେ ତାହେଲେ ପୋଲିସ ହାତବାନ୍ଧି ବସିବ ନାହିଁ ।

Watch Video: