ନୂଆଦିଲ୍ଲୀ: ଦୀର୍ଘ ୬ ଦଶନ୍ଧିର ସଫଳ ଆକ୍ଟିଂ କ୍ୟାରିୟର ପରେ ଏବେ କିଛି ଅଲଗା କରିବାକୁ ଯାଉଛନ୍ତି ବଲିଉଡର ‘ଡ୍ରିମ ଗାର୍ଲ’ ଭାବେ ପରିଚିତ ଅଭିନେତ୍ରୀ ହେମା ମାଳିନୀ। ଯାହା ହୁଏତ ତାଙ୍କ ଫ୍ୟାନମାନଙ୍କ ପାଇଁ ଏକ ସରପ୍ରାଇଜ ହୋଇପାରେ। କାରଣ ଅଭିନେତ୍ରୀ ଅଭିନୟ ପରେ ଏବେ ସଂଗୀତ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି। ଆଉ ପ୍ରଥମ ଥର ଲାଇଭ ଫରଫରମାନ୍ସ ଦେବାକୁ ଯାଉଛନ୍ତି। ତାଙ୍କ କନସର୍ଟର ନାଁ ହେଉଛି ‘ ଦ ଡ୍ରିମ୍ ଗାର୍ଲ ଡାଏମଣ୍ଡ ଜୁବଲି କନ୍ସର୍ଟ’। ଖାସ୍ କଥା ହେଲା ଏହା ଏକ ସ୍ବତନ୍ତ୍ର ଚାରିଟି ଇଭେଣ୍ଟ, ଯାହାକୁ ସିନେ ଆଣ୍ଡ୍ ଟିଭି ଆର୍ଟିଷ୍ଟ ଆସୋସିଏସନ ଆୟୋଜନ କରୁଛି।

ଏହି କନସର୍ଟ ଜୁଲାଇ ୧୦ରେ ହେବ। ଏହାର କନସେପ୍ଟ ରହିଛି ‘‘ଦ ଫର୍ମାଟ ଅଫ୍ ଲେଜିଣ୍ଡଙ୍କ କାହାଣୀ, ଲେଜିଣ୍ଡଙ୍କ ଜୁବାନୀ।’’ ଏହା ଏକ ଭବ୍ୟ ସଂଗୀତ ସମାରୋହ ହେବ। ଏହି କନସର୍ଟରେ ହେମା ନିଜର ଚଳଚ୍ଚିତ୍ରର ଯାତ୍ରାକୁ ଗୀତ ମାଧ୍ୟମରେ ଶୁଣାଇବେ ଏବଂ ଗୀତ ସହ ତା’ ସହ ଜଡ଼ିତ କାହାଣୀ ମଧ୍ୟ କହିବେ। ଏହି ଇଭେଣ୍ଟ କେବଳ ଏକ ମ୍ୟୁଜିକାଲ ଶୋ ନୁହେଁ। ବରଂ ତାଙ୍କ ପୂରା ଫିଲ୍ମ ଯାତ୍ରାର ସ୍ମୃତି ଉତ୍ସବ ମଧ୍ୟ ପାଳନ ହେବ। ତେବେ ଏହାକୁ ନେଇ ହେମାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Also Read: ଆଲିଆ ଭଟ୍ଟଙ୍କ ଠାରୁ କରୀନା କପୁର ଯାଏଁ, କରଣ କାହିଁକି ବଡ ବଡ ସେଲିବ୍ରେଟିଙ୍କୁ କଲେ ଅନଫଲୋ ?

ତେବେ ଏହି ଶୋ’ ଚାରିଟି ପାଇଁ ହେବ। ଏହାକୁ ସିନେ ଏବଂ ଟିଭି କଳାକାର ସଂଘ (CINTAA)କୁ ସମର୍ଥନ ପାଇଁ କରାଯିବ। ୧୫ ଜଣ କଳାକାରଙ୍କ ଏକ ଲାଇଭ୍ ଅର୍କେଷ୍ଟ୍ରା ହେମା ମାଳିନୀଙ୍କ ଚଳଚ୍ଚିତ୍ରର ସ୍ମରଣୀୟ ଗୀତ ମଧ୍ୟ ପରିବେଷଣ କରିବେ। ଏହା ସହ ଏହି ସମାରୋହରେ କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ରଙ୍କୁ ମଧ୍ୟ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଦିଆଯିବ।