ଭୁବନେଶ୍ୱର ୧୦।୦୬ : ପାଣିପାଗ ବିଭାଗର ସତର୍କ ସୂଚନା । ବୁଧବାର ଅପରାହ୍ନରେ ଭୁବନେଶ୍ୱର ସମେତ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି । ଏପିରିକି ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିବା ନେଇ ଅନୁମାନ କରାଯାଉଛି ।

ତେବେ ଅପରାହ୍ନରୁ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଏହାସହିତ ଗୁରୁବାର ଠାରୁ ଅନେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। SOA-CEC ନିର୍ଦ୍ଦେଶକ ଡା. ଶରତ ସାହୁ କହିଛନ୍ତି ଯେ, ଏହାକୁ ପ୍ରାକ୍-ମୌସୁମୀ ବର୍ଷା ବୋଲି କୁହାଯାଇପାରିବ। ଏହି ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ସହ ବଜ୍ରପାତ ହୋଇପାରେ। କିନ୍ତୁ ଏହା ମୌସୁମୀ ବର୍ଷା ନୁହେଁ। କାରଣ ପବନ ଦକ୍ଷିଣ-ପଶ୍ଚିମ ଦିଗରୁ ଆସୁନାହିଁ।

Also Read:-Trigrahi Yog 2026: ୧୫ ଜୁନ୍‌ ସୂର୍ଯ୍ୟ କରିବେ ତ୍ରିଗ୍ରହୀ ରାଜଯୋଗ, ଏହି ରାଶି ବ୍ୟକ୍ତିଙ୍କର ଚମକିବ ଭାଗ୍ୟ

ସେହିପରି ବର୍ତ୍ତମାନ ଉତ୍ତର-ପଶ୍ଚିମରୁ ଗରମ ଶୁଖିଲା ପବନ ପ୍ରବାହିତ ହେଉଛି । ଆଉ ଓଡିଶାର ପବନ ଦକ୍ଷିଣ-ପୂର୍ବ ଆଡକୁ ଚାଲିଯାଉଛି। ଏହି କାରଣରୁ ମୌସୁମୀ ଓଡିଶାରେ ପହଞ୍ଚିବାକୁ ବିଳମ୍ବ ହେବ । ଜୁନ୍ ୨୦ ସୁଦ୍ଧା ରାଜ୍ୟର ସବୁ ଭାଗକୁ ଛୁଇଁବା ସମ୍ଭାବନା ରହିଛି। ତା ପୂର୍ବରୁ କେବଳ କିଛି ପାର୍ଟରେ ମୌସୁମୀ ଛୁଇଁବା ସମ୍ଭାବନା ଅଛି। ତେବେ କାଳବୈଶାଖୀ ସମୟରେ ସତର୍କ ରୁହନ୍ତୁ। ଘର ଭିତରେ ରୁହନ୍ତୁ, ଗଛ ତଳେ ଆଶ୍ରୟ ନିଅନ୍ତୁ ନାହିଁ।  

Watch Video:-