ଭୁବନେଶ୍ୱର ୨୩।୦୭ : ରାଜ୍ୟରେ ଏବେ କୋଭିଡ୍ ପରିସ୍ଥିତି ନାହିଁ । ଏହାର କିଛି ବି ଗୁରୁତ୍ୱ ନାହିଁ । ଏହା ଏକ ସାଧାରଣ ଇନଫ୍ୟୁଏଞ୍ଜା ହୋଇଗଲାଣି । ବର୍ତ୍ତମାନ କୋଭିଡ ସାଧାରଣ ଥଣ୍ଡା, ଜ୍ୱର ଅଛି । ଗଞ୍ଜାମ ଖବର ଗଣମାଧ୍ୟମରୁ ମିଳିଛି । ଦୁଇ ଜଣ ସଂଘରୋଧରେ ଅଛନ୍ତି । ସେମାନଙ୍କୁ ଘରେ ରଖାଯାଇଛି । ଜଣେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଛି । ଲଗାତର ଭାବେ ସେମାନଙ୍କ ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ।

ସୂଚନାଯୋଗ୍ୟ ଯେ, ଆନ୍ଧ୍ର ପରେ ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି କୋଭିଡ-୧୯ । ଗଞ୍ଜାମ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। MKCGରେ ଜଣେ ମହିଳା ରୋଗୀ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। MKCGରେ ସଂପୃକ୍ତ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି।ସେହିପରି ଆନ୍ଧ୍ରପ୍ରଦେଶରେ ଜୁନ୍ ୨୬ ରୁ ଜୁଲାଇ ୧୬ ମଧ୍ୟରେ ୧୨ ଜଣ କୋଭିଡ୍ -୧୯ରେ ସଂକ୍ରମିତ ହୋଇଥିବା ବେଳେ ୪ ଜଣ ରୋଗୀ ସଂକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ଆନ୍ଧ୍ରରେ କରୋନା ବ୍ୟାପିବା ପରେ ଓଡ଼ିଶାରେ ସଂକ୍ରମଣ ନେଇ ଛନକା ପଶିଥିଲା।