ଗୁରୁ ଅସ୍ତ ୨୦୨୬: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କର ଗୋଚର, ବକ୍ରୀ (ଓଲଟା ଚଳନ) କିମ୍ବା ଅସ୍ତ ହେବା ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେକଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ । ୨୦୨୬ ମସିହାରେ ଖୁବଶୀଘ୍ର ଦେବଗୁରୁ ବୃହସ୍ପତି ଅସ୍ତ ହେବାକୁ ଯାଉଛନ୍ତି । ଜୁଲାଇ ୧୪, ୨୦ ୨୬ ତାରିଖ ମଙ୍ଗଳବାର ଗୁରୁ ଗ୍ରହ ଅସ୍ତ ହେବେ ଏବଂ ଅଗଷ୍ଟ ୧୨, ୨୦୨୬ ପର୍ଯ୍ୟନ୍ତ ଏହି ସ୍ଥିତିରେ ରହିବେ । ୧୪ ଜୁଲାଇ ଦିନ ଆଷାଢ଼ ମାସର ଅମାବାସ୍ୟା ମଧ୍ୟ ପଡ଼ୁଛି । ସୂର୍ଯ୍ୟଙ୍କ ନିକଟତର ହେବା ଯୋଗୁଁ ଗୁରୁ ଅସ୍ତ ହୋଇଯାନ୍ତି, ଯାହା ଦ୍ୱାରା ତାଙ୍କର ଶୁଭ ପ୍ରଭାବ ହ୍ରାସ ପାଇଥାଏ । ଜ୍ୟୋତିଷ ଗଣନା ଅନୁସାରେ, ଆଷାଢ଼ ଅମାବାସ୍ୟା ଦିନ ଗୁରୁ ଅସ୍ତ ହେବା ଦ୍ୱାରା ଏକ ବିଶେଷ ସଂଯୋଗ ସୃଷ୍ଟି ହେଉଛି । ଏହି ସମୟରେ ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି । କ୍ୟାରିୟର, ଆର୍ଥିକ ସ୍ଥିତି, ଶିକ୍ଷା, ପ୍ରେମ ଏବଂ ବିବାହ ମାମଲାରେ ସେମାନଙ୍କୁ ଶୁଭ ଫଳାଫଳ ମିଳିବ ।

ମେଷ ରାଶି:

ଗୁରୁଙ୍କର ଅସ୍ତ ହେବା ମେଷ ରାଶିର ଜାତକଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେବ । ଆର୍ଥିକ ଦୃଷ୍ଟିକୋଣରୁ ଏହି ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ଚାକିରି କରୁଥିବା ଲୋକଙ୍କର ଆୟ ବୃଦ୍ଧି ହେବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି । କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଆପଣଙ୍କୁ ଭଲ ସୁଯୋଗ ମିଳିପାରେ । ଅନେକ ଦିନରୁ ଅଟକି ରହିଥିବା ଟଙ୍କା ଆପଣ ଫେରସ୍ତ ପାଇବେ । ବ୍ୟବସାୟ ସହିତ ଜଡ଼ିତ ଲୋକମାନେ କୌଣସି ବଡ଼ ଚୁକ୍ତିରୁ ଭଲ ଲାଭ ପାଇପାରନ୍ତି । ଆପଣଙ୍କୁ ଯାତ୍ରା କରିବାର ସୁଯୋଗ ମିଳିବ, ଯାହା ଭବିଷ୍ୟତ ପାଇଁ ଲାଭପ୍ରଦ ହେବ ।

କର୍କଟ ରାଶି

ଗୁରୁ ଅସ୍ତ ହେବା କର୍କଟ ରାଶିର ଲୋକଙ୍କ ଉପରେ ଧନ ବର୍ଷା କରାଇବ । ଏହି ସମୟ ମଧ୍ୟରେ ଆପଣଙ୍କ ମନର ଅସ୍ଥିରତା ଦୂର ହେବ ଏବଂ ଆପଣଙ୍କୁ ମାନସିକ ଶାନ୍ତି ମିଳିବ । ବ୍ୟବସାୟରେ ପ୍ରଚୁର ଲାଭ ହେବାର ଯୋଗ ରହିଛି । ଆପଣ ନିଜ ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

ଧନୁ ରାଶି

ଗୁରୁଙ୍କର ଅସ୍ତ ହେବା ଧନୁ ରାଶିର ଲୋକଙ୍କ ପାଇଁ କ୍ୟାରିୟର ଏବଂ ଆର୍ଥିକ ମାମଲାରେ ଶୁଭ ସଂକେତ ଆଣୁଛି । ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଉତ୍ତମ ସଫଳତା ମିଳିବ । ପ୍ରେମ ଜୀବନ ଏବଂ ବିବାହ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ସୁଖଦ ପରିଣାମ ଦେଖିବାକୁ ମିଳିବ । ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ ।