ଭୁବନେଶ୍ୱର ୦୮।୧୨ : ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ତଥ୍ୟ ଜାରି କଲେ ସରକାର। ଖୁବଶୀଘ୍ର ଦେଶାନ୍ତର ହେବେ ଜଗତସିଂହପୁରରୁ ଚିହ୍ନଟ ୨୦ ବାଂଲାଦେଶୀ। ୨୧୦୯ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଇଛି। ୨୦୨୫ ଜଣ ଭାରତୀୟ ଚିହ୍ନଟ ହୋଇଛନ୍ତି। ଆଉ ୧୩ ଜଣ ସନ୍ଦିଗ୍ଧଙ୍କ ପରିଚୟପତ୍ର ଯାଞ୍ଚ ଚାଲିଛି। ୭୧ ଜଣଙ୍କୁ ଅବୈଧ ବାଂଲାଦେଶୀ ଭାବେ ଚିହ୍ନଟ କରାଯାଇଛି। ଭୁବନେଶ୍ଵରରେ ସର୍ବାଧିକ ୨୪, କଟକରେ ୧୫, ବ୍ରହ୍ମପୁରରେ ୬ ଜଣ ଚିହ୍ନଟ ହୋଇଛନ୍ତି। ୨ ବାଂଲାଦେଶୀ ଅନୁପ୍ରବେଶକାରୀ ନିଜ ନାଁରେ ଭାରତୀୟ ପାସପୋର୍ଟ କରିଛନ୍ତି।

ସେହିପରି ଭିଜିଲାନ୍ସ ବିଭାଗ ସଂପର୍କରେ ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଢ ବର୍ଷରେ ୨୦ ଜଣ ପୁଲିସ ଅଧିକାରୀଙ୍କୁ ବାନ୍ଧିଛି ଭିଜିଲାନ୍ସ। ଦେଢ ବର୍ଷରେ ୨୭୧ ଜଣ ସରକାରୀ କର୍ମଚାରୀ ବିଭିନ୍ନ ମକୋଦ୍ଦମାରେ ଗିରଫ ହୋଇଛନ୍ତି। ୧୭୪ ଜଣ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ୩୩ ଜଣ ଚାକିରିରୁ ବହିଷ୍କୃତ ହୋଇଛନ୍ତି। ୬୫ ଜଣ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି।