ନୂଆଦିଲ୍ଲୀ ୦୫।୦୨; ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା, ଯିଏ ପ୍ରାୟତଃ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଥାଆନ୍ତି । ଏବେ ସେ ପୁଣି ଥରେ ଲାଇମ୍ ଲାଇଟ୍କୁ ଆସିଛନ୍ତି । ଏଥର ତାଙ୍କର ବିବାଦୀୟ ବୟାନ ପାଇଁ ନୁହେଁ, ବରଂ ବଲିଉଡରେ ଏଣ୍ଟ୍ରିକୁ ନେଇ । ୫୮ ବର୍ଷ ବୟସରେ ସେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏହା ତାଙ୍କର ପ୍ରଥମ ଫିଲ୍ମ ପ୍ରୋଜେକ୍ଟ ହେବ। ଯାହା ମନୋରଞ୍ଜନ ଶିଳ୍ପରେ ବହୁତ ଚର୍ଚ୍ଚା ସୃଷ୍ଟି କରିଛି।

ଅଧିକ ପଢନ୍ତୁ-'ବାରାଣସୀ' ପାଇଁ ପ୍ରିୟଙ୍କାଙ୍କୁ କାହିଁକି କାଷ୍ଟ କଲେ ରାଜାମୌଲି ? ଅଭିନେତ୍ରୀଙ୍କ କେଉଁ ସର୍ତ୍ତ ମହେଶ ବାବୁଙ୍କୁ ପଡିଥିଲା ଭାରି...

ରିପୋର୍ଟ ଅନୁଯାୟୀ, ସେ ଏକତା କପୁରଙ୍କ ପ୍ରଡକ୍ସନ ହାଉସ, ବାଲାଜୀ ମୋସନ୍ ପିକଚର୍ସ ସହିତ ଡେବ୍ୟୁ ଫିଲ୍ମ ସାଇନ୍ କରିଛନ୍ତି। ଏଥିରେ ସୁନିତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଫିଲ୍ମଟିର ବର୍ତ୍ତମାନ ଟାଇଟଲ୍ ଫାଇନାଲ ହୋଇନାହିଁ। ସେ ଏହି ପ୍ରୋଜେକ୍ଟ ପାଇଁ ପ୍ରାୟ ୨୦ ଦିନର ସୁଟିଂ କରିବେ। ଫିଲ୍ମର ଅନ୍ୟାନ୍ୟ ବିବରଣୀ, ଯେପରିକି ନିର୍ଦ୍ଦେଶକ, ସହ-କଳାକାର ଏବଂ ରିଲିଜ୍ ଡେଟ୍ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

ଗତ ବର୍ଷ, ସୁନିତା ଆହୁଜା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଥିଲେ। ସେ ତାଙ୍କ ସ୍ୱାମୀ ଗୋବିନ୍ଦା, ତାଙ୍କ ବିବାହ ଏବଂ ଅଭିନେତାଙ୍କ ଏକ୍ସଟ୍ରା ମାରିଟାଲ ଆଫେୟାର୍ସକୁ ନେଇ ଖୋଲାଖୋଲି ବୟାନ ଦେଇଥିଲେ। ଏହି ବୟାନ ପରେ, ଗୋବିନ୍ଦା ନିଜେ ସାମ୍ନାକୁ ଆସି ଗୁଜବକୁ ଖାରଜ କରିଥିଲେ। ଏହି ସମୟରେ, ଗୋବିନ୍ଦାଙ୍କ ପୁଅ ଯଶବର୍ଦ୍ଧନ ଆହୁଜାଙ୍କ ବଲିଉଡ ଡେବ୍ୟୁକୁ ନେଇ ଗୁଜବ ଚାଲିଛି। ରିପୋର୍ଟ ଅନୁସାରେ, ସେ ଖୁବ୍ ଶୀଘ୍ର ନିର୍ଦ୍ଦେଶକ ସାଜିଦ ଖାନଙ୍କ ଫିଲ୍ମରେ ବଡ଼ ପରଦାରେ ଡେବ୍ୟୁ କରିପାରନ୍ତି।

ଅଧିକ ପଢନ୍ତୁ- 'ଆନିମଲ ପାର୍କ'ର ଷ୍ଟୋରୀକୁ ନେଇ ହିଣ୍ଟ ଦେଲେ ନିର୍ମାତା ସନ୍ଦୀପ ରେଡ୍ଡି, ରଣବୀର କହିଲେ-ଖଳନାୟକ ପାଇଁ ଉତ୍ସାହିତ