ସମ୍ବଲପୁର ୭।୯: ପ୍ରଧାନମନ୍ତ୍ରୀଙ୍କ ଉପଦେଶ ମାନିବାକୁ ରାଜ୍ୟପାଳଙ୍କ ପରାମର୍ଶ। ସମ୍ବଲପୁର ବିଶ୍ବବିଦ୍ୟାଳୟର ୩୬ ତମ ସମାବର୍ତ୍ତନ ଉତ୍ସବରେ ସମାବର୍ତ୍ତନ ଉତ୍ସବରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି ରାଜ୍ୟପାଳ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ ପାଟି। ଭାରତକୁ ଆଗକୁ ନେବାକୁ ହେଲେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ମାନିବା ଉଚିତ ବୋଲି କହିଛନ୍ତି ରାଜ୍ୟପାଳ। ଲୋକସେବା ଭବନରେ ଯେମିତି ସବୁ କର୍ମଚାରୀଙ୍କୁ ଫ୍ରିରେ EV ଗାଡ଼ି ଚାର୍ଜିଂ ପାଇଁ ବ୍ୟବସ୍ଥା ହୋଇଛି ସେହିପରି ବିଶ୍ୱବିଦ୍ୟାଳୟରେ ବି ବ୍ୟବସ୍ଥା କରି କ୍ଲିନ୍ ଏନର୍ଜି ଉପରେ ଗୁରୁତ୍ବ ଦେବାକୁ କହିଛନ୍ତି ରାଜ୍ୟପାଳ ।

ସେହିପରି ବର୍ଷେ ଯାଏଁ ସୁନା କିଣାରେ ରୋକ୍, କମ୍ ଖାଇବା ତେଲ ବ୍ୟବହାର, ବିଦେଶରେ କୌଣସି ସ୍ଥାନରେ ବିବାହ ନକରି ଭାରତୀୟ ସ୍ଥାନ ଚୟନ, ବିଦେଶ ବୁଲା ବନ୍ଦ କରିବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ । ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିବାବେ ଯୋଗ ଦେଇ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ସହ କୌଶଳର ସମନ୍ବୟ ହିଁ ଯୁବ ବର୍ଗଙ୍କୁ ଦକ୍ଷ ଓ ଦାୟିତ୍ବବାନ କରିବ ବୋଲି କହିଛନ୍ତି ।

Also Read:- ମୁହଁରେ ଗାମୁଛା ଗୁଡ଼ାଇ ଛିଡ଼ା କରାଇଲା ପୋଲିସ, ପରେ ନିର୍ଦ୍ଦୋଷ ଯୁବକଙ୍କୁ ଛାଡ଼ିଦେଲା

ସମାବର୍ତ୍ତନ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଯୋଗ ଦେଇଥିଲେ । ଏହି ଅବସରରେ ୩୯ ଜଣ ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ୱବିଦ୍ୟାଳୟ ଗୋଲ୍ଡ ମେଡାଲ ମିଳିଥିବା ବେଳେ, ୨୩ଟି ଡୋନର୍ ଗୋଲ୍ଡ ମେଡାଲଙ୍କୁ ମିଶାଇ ସମୁଦାୟ ସମୁଦାୟ ୬୫ଟି ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଛି ।

ରାଜ୍ୟପାଳଙ୍କ ପରାମର୍ଶକୁ ପାଳନ କରାଯିବ ବୋଲି କହିବା ସହ ସମ୍ବଲପୁର ବିଶ୍ବ ବିଦ୍ୟାଳୟ ଗ୍ରୀନ ଏନର୍ଜୀ ଉପରେ କାର୍ଯ୍ୟ କରୁଥିବା କୁଳପତି କହିଛନ୍ତି ।