Gold Silver Rate Today: ପୁଣିଥରେ ଇରାନ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ଫଳରେ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଦେଖା ଦେଇଛି। ଏପଟେ ଆକ୍ରମ ହେବା ମାତ୍ରେ ପୁଣିଥରେ ସୁନା ଓ ରୁପା ଦର କମିଯାଇଛି। ମଙ୍ଗଳବାର (ମେ ୫ ତାରିଖ) ସୁନା ଏବଂ ରୁପା ଦର ହ୍ରାସ ପାଇଛି।

ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ₹୫୪୩ ହ୍ରାସ ପାଇ ₹୧.୪୭ ଲକ୍ଷ ହୋଇଛି। ପୂର୍ବରୁ, ଏହାର ମୂଲ୍ୟ ₹୧.୪୮ ଲକ୍ଷ ଥିଲା। ଏହି ସମୟରେ, ଏକ କିଲୋଗ୍ରାମ ରୁପା ମୂଲ୍ୟ ୬୧୮ ଟଙ୍କା ହ୍ରାସ ପାଇ ୨.୩୯ ଲକ୍ଷ ଟଙ୍କା ହୋଇଛି। ଏହା ପୂର୍ବରୁ ସୋମବାର ରୁପା କିଲୋଗ୍ରାମ ମୂଲ୍ୟ ୨.୪୦ ଲକ୍ଷ ଟଙ୍କା ଥିଲା।

୨୦୨୬ରେ ନା ୧୪,୦୦୦ ଟଙ୍କା ଏବଂ ରୁପା ୯,୦୦୦ ଟଙ୍କା ମହଙ୍ଗା

୨୦୨୬ ସୁନା ଏପର୍ଯ୍ୟନ୍ତ ₹୧୪,୦୦୦ ମହଙ୍ଗା ହୋଇ ସାରିଲଣି। ୩୧ ଡିସେମ୍ବର ୨୦୨୫ ରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ₹୧.୩୩ ଲକ୍ଷ ଥିଲା, ଯାହା ଏବେ ₹୧.୪୭ ଲକ୍ଷରେ ପହଞ୍ଚିଛି। ସେହିପରି ଚଳିତ ବର୍ଷ ରୂପା ₹୯,୦୦୦ ମହଙ୍ଗା ହୋଇଛି। ୩୧ ଡିସେମ୍ବର ୨୦୨୫ ରେ ରୂପା କିଲୋଗ୍ରାମ ପିଛା ₹୨.୩୦ ଲକ୍ଷ ଥିଲା, ଯାହା ଏବେ ₹୨.୩୯ ଲକ୍ଷକୁ ବୃଦ୍ଧି ପାଇଛି।

Also Read- End-of-Life Vehicles Rules 2025 : ନୂଆ ସରକାରୀ ନିୟମ ପାଇଁ ୨୫,୦୦୦ କୋଟି କ୍ଷତି ସହିପାରେ ଅଟୋମୋବାଇଲ ଶିଳ୍ପ

ଅଲ୍ ଟାଇମ ହାଇରୁ ୨୯ ହଜାର ଶସ୍ତା ସୁନା

ବର୍ଷ ଆରମ୍ଭରେ ସୁନା ମୂଲ୍ୟ ଅଧିକ ଥିଲା କିନ୍ତୁ ଲାଭ-ବୁକିଂ ଏବଂ ଇରାନ ଯୁଦ୍ଧ ଯୋଗୁ ଗତ କିଛି ସପ୍ତାହରେ ଏହା ହ୍ରାସ ପାଇଛି। ୨୦୨୫ ଡିସେମ୍ବର ୩୧ ତାରିଖରେ ୨୪ କ୍ୟାରେଟ ସୁନା ମୂଲ୍ୟ ଥିଲା ୧.୩୩ ଲକ୍ଷ ଟଙ୍କା। ଏହାପରେ ୨୯ ଜାନୁଆରୀ ୨୦୨୬ରେ ଏହା ସର୍ବୋଚ୍ଚ ସ୍ତର ୧.୭୬ ହଜାର ଟଙ୍କା ଛୁଇଁଥିଲା। ହେଲେ ଇରାନ ଯୁଦ୍ଧ ପରେ ଏଥିରେ ୨୯ ହଜାର ଟଙ୍କା ହ୍ରାସ ପାଇ ୧.୪୭ ଲକ୍ଷ ଟଙ୍କା ହୋଇଛି।