ମାଲକାନଗିରି: ବିଜାପୁର ପୋଲିସକୁ ବଡ଼ ସଫଳତା। ମାଓ ଡମ୍ପରୁ ସାଢ଼େ ପାଞ୍ଚ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ବିସ୍କୁଟ ଜବତ। ପୋଲିସର କୁମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ଗୁପ୍ତ ସୁନା ଭଣ୍ଡାର ଠାବ। ତିନି କେଜି ୮୦୦ ଗ୍ରାମ ସୁନା ବିସ୍କୁଟ ସହ ୨୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛି ବିଜାପୁର ପୋଲିସ।

ସୂଚନା ଅନୁସାରେ, ବିଜାପୁର ଜିଲ୍ଲାର ଭୈରମଗଡ଼ ଥାନା ଅନ୍ତର୍ଗତ ଧଣ୍ଡା ଜଙ୍ଗଲରେ ମାଓବାଦୀ ଏକ ବଡ଼ ଧରଣର ଡମ୍ପ ରହିଥିବା ଖବର ପାଇ ପୋଲିସ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ। ବିଜାପୁର ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଜଙ୍ଗଲ ମଧ୍ୟରେ ଅପରେସନ ଆରମ୍ଭ କରିଥିଲେ।

ତେବେ ପୋଲିସର ସର୍ଚ୍ଚ ଅପରେସନ ବେଳେ ଏକ ଟିଣ ବାକ୍ସ ଭିତରୁ ୩ କେଜି ୮୦୦ ଗ୍ରାମ ସୁନା ସହ ୨୪ ଲକ୍ଷ ନଗଦ ଟଙ୍କା ବାହାରିଥିଲା। ପୋଲିସ ବିରୋଧରେ ଲଢେଇ କରିବା ପାଇଁ ମାଓ ସଙ୍ଗଠନ ଏହି ସମ୍ପତ୍ତି ଗଚ୍ଛିତ ରଖିଥିବା ଅନୁମାନ କରାଯାଉଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ବଡ଼ ସଫଳତା ମିଳିପାରିଛି।