Gold Silver Rate Today: ନଭେମ୍ବର ମାସରେ ସୁନା ଓ ରୁପା ଦରରେ ପ୍ରବଳ ହ୍ରାସ ହୋଇଥିବା ବେଳେ ଗତ ଦୁଇ ଦିନ ହେଲା ଦର ବଢ଼ିବାରେ ଲାଗିଛି। ଗତକାଲି ସୁନା ଦରରେ ୨୦୦୦ ଟଙ୍କା ବୃଦ୍ଧି ହୋଇଥିଲା। ଆଜି ବି ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦର ୨୬୭୫ ଟଙ୍କା ବୃଦ୍ଧି ପାଇଛି। ଫଳରେ ଭରି ୧ ଲକ୍ଷ ୨୫ ହଜାର ଟଙ୍କାରେ ପହଞ୍ଚିଛି। ଗୁରୁବାର ସୁନା ଦର ୧.୨୩ ଲକ୍ଷ ଟଙ୍କା ଥିଲା। ଗତ ଦୁଇ ଦିନରେ ସୁନା ଦର ୪,୨୭୮ ଟଙ୍କା ବଢ଼ିଲାଣି।

ସେହିପରି ଶୁକ୍ରବାର ରୁପା ଦରରେ ୫,୯୨୮ ଟଙ୍କା ବଢ଼ି ଯାଇଛି। ବର୍ଦ୍ଧିତ ଦର ସହ ଏକ କିଲୋଗ୍ରାମ ରୁପା ଦର ୧ ଲକ୍ଷ ୫୩ ହଜାର ଟଙ୍କାରେ ପହଞ୍ଚିଛି। ଗତକାଲି କେଜି ଦର ୧. ଲକ୍ଷ ୪୭ ହଜାର ଟଙ୍କା ଥିଲା। ଗତ ଦୁଇ ଦିନରେ ରୁପା ୧୦,୩୩୦ ଟଙ୍କା ବଢ଼ିଲାଣି। ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୧. ୧୬ ଲକ୍ଷ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦର ୧.୨୬ ଲକ୍ଷ ଟଙ୍କା ରହିଛି।

କାହିଁକି ବଢ଼ୁଛି ସୁନା-ରୁପା ଦର ?

କମ ମୂଲ୍ୟ ଦେଖି ବଢ଼ିଲା କିଣା:
ନଭେମ୍ବର ୨୫ ତାରିଖରେ ସୁନା ୧.୨୧ ଲକ୍ଷ ଏବଂ ରୁପା ୧.୪୩ ଲକ୍ଷ ଟଙ୍କାକୁ ହ୍ରାସ ପାଇଥିଲା। ଦର କମିଯାଇଥିବାରୁ ନିବେଶକମାନେ ଏହାର ସୁଯୋଗ ନେଇ ସୁନା କିଣିବା ବଢ଼ାଇ ଦେଇଛନ୍ତି। ଫଳରେ ଡିମାଣ୍ଡ ସପ୍ଲାଏ ନିୟମରେ ଏଥିରେ ଦର ବଢ଼ିଛି।
ବିବାହ ଋତୁରେ ଚାହିଦା: ସେପଟେ ବିବାହ ଋତୁ ଆରମ୍ଭ ହୋଇଯାଇଥିବାରୁ ସୁନା କିଣା ବଢ଼ି ଯାଇଛି। ଯାହା ଅଳଙ୍କାର ଏବଂ ରୁପାର ଚାହିଦାକୁ ବୃଦ୍ଧି କରୁଛି। ତେଣୁ ଦର ବଢ଼ିବା ସ୍ୱାଭାବିକ

Also Read- New Skoda Kushaq 2026: ଦାମ ମାତ୍ର ୧୦.୬୯ ଲକ୍ଷ ଟଙ୍କା, ମିଳୁଛି ଲଗଜୁରୀ ସୁବିଧା ! ଫେଲ୍ ମାରିଯିବେ ଅଡି, ମର୍ସିଟିଜ୍

ଏହି ବୃଦ୍ଧି ଅଳ୍ପ ସମୟ ପାଇଁ?

ଆମେରିକାର ମୁଦ୍ରାସ୍ଫୀତିର ବଢ଼ିଛି। ଏଥିପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିବ ବୋଲି ଆଶଙ୍କା କରାଯାଉଛି। ସୁଧ ହାର ବୃଦ୍ଧି ହେବା ଦ୍ୱାରା ସୁଧ-ମୁକ୍ତ ସୁନାର ଚମକକୁ ଫିକା ପଡ଼ିପାରେ। ତେଣୁ ବୃଦ୍ଧି ସତ୍ତ୍ୱେ ସୁନା ଓ ରୁପା ଦରରେ ଅସ୍ଥିରତା ଜାରି ରହିପାରେ।

ଚଳିତ ବର୍ଷ କେହେ ଶସ୍ତା ହେଲାଣି ସୁନା-ରୁପା ?

ଚଳିତ ବର୍ଷ ସୁନା ଏବଂ ରୁପାର ମୂଲ୍ୟରେ ନିରନ୍ତର ଅସ୍ଥିରତା ଲାଗି ରହିଛି। ୩୧ ଡିସେମ୍ବର ୨୦୨୫ରେ ୧୦ ଗ୍ରାମ ୨୪-କ୍ୟାରେଟ ସୁନାର ମୂଲ୍ୟ ୧.୩୩ ଲକ୍ଷ ଟଙ୍କା ଥିଲା। ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ଏହା ୧.୭୬ ଲକ୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ସେବେଠାରୁ, ସୁନା ପ୍ରାୟ ୫୦,୮୦୫ କିମ୍ବା ୨୯% ହ୍ରାସ ପାଇଛି। ସେହିପରି ରୁପା ୩୧ ଡିସେମ୍ବର ୨୦୨୫ରେ ୨.୩୦ ଲକ୍ଷ ଟଙ୍କା ଥିଲା ଏବଂ ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ଏହା ୩.୮୦ ଲକ୍ଷ ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ରୁପା ପ୍ରାୟ ୨.୨୭ ଲକ୍ଷ କିମ୍ବା ୬୦% ଶସ୍ତା ହୋଇଛି।