ବ୍ରହ୍ମପୁର ୧୬।୧୧ : ଘୋଡ଼ାହାଡ଼ ଜଳଭଣ୍ଡାରର ଖୋଲିଲା ନିଷ୍କାସନ ଗେଟ୍। ଜଳସ୍ତର ନିୟନ୍ତ୍ରଣ ଓ ବନ୍ଧର ସୁରକ୍ଷା ଦୃଷ୍ଟିରୁ ଗୋଟିଏ ଗେଟ୍ ଖୋଲିଛି ଜଳସମ୍ପଦ ବିଭାଗ। ରବିବାର ରାତି ପ୍ରାୟ ୧୧ଟା ୩୦ ମିନିଟ୍ରେ ସାଇରନ୍ ବଜାଇବା ପରେ ୦.୫୦ ମିଟର ଖୋଲାଯାଇଛି ଗେଟ୍। ଫଳରେ ପ୍ରତି ସେକେଣ୍ଡରେ ୩୪.୭୭ ଘନମିଟର ଜଳ ନିଷ୍କାସିତ ହେଉଛି।

ଘୋଡ଼ାହାଡ଼ ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ ଓ ବନ୍ଧର ସୁରକ୍ଷା ପାଇଁ ନିର୍ଦ୍ଧାରିତ ମାନକ ପରିଚାଳନା ପଦ୍ଧତି ବା SOP ଅନୁଯାୟୀ ରବିବାର ରାତିରେ ଗେଟ୍ ଖୋଲାଯାଇଛି। ରାତି ପ୍ରାୟ ୧୧ଟା ୩୦ ମିନିଟ୍ରେ ସାଇରନ୍ ବଜାଯିବା ପରେ ଗୋଟିଏ ନିଷ୍କାସନ ଗେଟ୍କୁ ୦.୫୦ ମିଟର ଖୋଲାଯାଇଥିଲା। ଏହାଦ୍ୱାରା ପ୍ରତି ସେକେଣ୍ଡରେ ୩୪.୭୭ ଘନମିଟର ଜଳ ନିଷ୍କାସିତ ହେଉଛି। ଗେଟ୍ ଖୋଲିବା ସମୟରେ ଜଳଭଣ୍ଡାରର ଜଳପତ୍ତନ ୧୧୬.୮୬ ମିଟର ରହିଥିଲା। ସେହିପରି ଜୀବନ୍ତ ଜଳଧାରଣ କ୍ଷମତା ୨,୭୭୩.୯୬ ହେକ୍ଟର ମିଟର ଥିବାବେଳେ ଏହା ମୋଟ ଜୀବନ୍ତ ଜଳଧାରଣ କ୍ଷମତାର ୯୦.୮୮ ପ୍ରତିଶତ।

Also Read:-ସୋମବାର ସହ ସଂକ୍ରାନ୍ତିର ଶୁଭ ସଂଯୋଗ, ଧବଳେଶ୍ୱର ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ଅନ୍ୟପଟେ ଜଳଭଣ୍ଡାରର ଜଳସ୍ତର, ଜଳ ପ୍ରବେଶ ଓ ନିଷ୍କାସନର ପରିମାଣ ଉପରେ ନଜର ରଖାଯାଇଛି। ଏଥିସହ ତଳମୁଣ୍ଡର ସ୍ଥିତିକୁ ମଧ୍ୟ ନିରନ୍ତର ଅନୁଧ୍ୟାନ କରୁଛି ପ୍ରଶାସନ। ବନ୍ଧର ସୁରକ୍ଷା ଏବଂ ନିରାପଦ ଜଳ ପରିଚାଳନା ପାଇଁ ସମସ୍ତ ନିୟମାବଳୀ ପାଳନ କରାଯାଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।