ଆଠଗଡ଼ ୧୬।୧୧ : ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ । କାର୍ତ୍ତିକ ମାସର ତୃତୀୟ ସୋମବାର ପାଇଁ ଚଳଚଞ୍ଚଳ ହୋଇଉଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ। ବଡ଼ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାଦେବ।

ସୋମବାର ସହ ସଂକ୍ରାନ୍ତିର ଶୁଭ ସଂଯୋଗ ଥିବାରୁ ଆଜି ବାବାଙ୍କ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟଫଳ ମିଳିଥାଏ ବୋଲି ରହିଛି ଧାର୍ମିକ ବିଶ୍ୱାସ। ଏଥିପାଇଁ ଭୋରରୁ ହିଁ ପୀଠରେ ଲାଗିଛି ଭକ୍ତଙ୍କ ଭିଡ଼।  ପୂଜକ ସମିତି ପକ୍ଷରୁ ଭୋର ୪ଟାରୁ ମନ୍ଦିର ଦ୍ୱାର ଫିଟାଯାଇଥିଲା। ପରେ ୧୦୮ ଗରା ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯିବା ସହ ସମସ୍ତ ପାରମ୍ପରିକ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ନୀତି ସମାପନ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଥିଲା ସାଧାରଣ ଦର୍ଶନର ବ୍ୟବସ୍ଥା।  

Also Read:-ମାଡ଼ି ଆସୁଛି ଅକଭାନ୍ : ଜଣା ପଡିଲା କେଉଁଠି କରିବ ଲ୍ୟାଣ୍ଡଫଲ୍, ଏଇଠି ବେଶି ବିପଦ !

ଅନ୍ୟପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦେଇଛି ପ୍ରଶାସନ। ଧାଡ଼ି ଦର୍ଶନ ବ୍ୟବସ୍ଥା ସହ କଂକ୍ରିଟ୍ ସେତୁରେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ମହାକାର୍ତ୍ତିକର ପବିତ୍ର ଅବସରରେ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଛୁଟି ଆସୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ।