ନୂଆଦିଲ୍ଲୀ,୨୫ /୦୩:ପାକିସ୍ତାନ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର । ଭାରତ ଷଷ୍ଠ ସର୍ବାଧିକ ପ୍ରଦୂଷିତ ଦେଶ । ପାକିସ୍ତାନ ତଳକୁ ଯଥାକ୍ରମେ ବାଂଲାଦେଶ,ତାଜିକିସ୍ତାନ,ଚାଦ ଓ କଙ୍ଗୋ ରହିଛି । ସ୍ୱିସ୍ କମ୍ପାନି ଏକ୍ୟୁଏଆଇର ପକ୍ଷରୁ ଜାରି କରାଯାଇଥିବା ୱାର୍ଲଡ ଏୟାର କ୍ୱାଲିଟି ରିପୋର୍ଟ ୨୦୨୫ରୁ ଏକଥା ଜଣାପଡିଛି ।

ଭାରତର ରାଙ୍କରେ ଉନ୍ନତି

୨୦୨୪ ତାଲିକାରେ ଭାରତ ୫ମ ସ୍ଥାନରେ ଥିଲା । ଏବେ ଦେଶ ଷଷ୍ଠ ସ୍ଥାନରେ ରହିଛି । ରିପୋର୍ଟ ଅନୁସାରେ ଭାରତ ତଳକୁ ସପ୍ତମରେ କୁଏତ,ଅଷ୍ଟମରେ ଉଗାଣ୍ଡା,ନବମରେ ଇଜିପ୍ଟ ଓ ଦଶମରେ ଉଜବେକିସ୍ତାନ ରହିଛି । ସେହିଭଳି ସହର ମଧ୍ୟରେ ଦେଖିଲେ ଉତ୍ତରପ୍ରଦେଶର ଲୋନି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ହୋଇଥିଲା ବେଳେ ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଛି ।

ଟପ୍ ୧୦ରେ ଭାରତର ସହର

ବିଶ୍ୱର ୧୦ ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ଭାରତର ୫ଟି ସହର ରହିଛି । ସେଥିରେ ଉତ୍ତରପ୍ରଦେଶର ଲୋନି ବ୍ୟତୀତ ଗାଜିଆବାଦ,ଆସାମର ବର୍ନିହାଟ,ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗର ଉଲ୍ଲା ସହର ସାମିଲ ଅଛି । ଲୋନିର ହାରାହାରି ପିଏମ୍ ୨.୫ ସ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଧାର୍ଯ୍ୟ କରିଥିବା ମାନଦଣ୍ଡ ଠାରୁ ୨୨ ଗୁଣ ଅଧିକ । ୧୦ ପ୍ରମୁଖ ପ୍ରଦୂଷିତ ସହର ତାଲିକାରେ ରହିଛି ଲୋନି (ଭାରତ),ହୋଟନ (ଚୀନ୍),ବର୍ନିହାଟ (ଭାରତ),ଦିଲ୍ଲୀ (ଭାରତ),ଫୈସଲାବାଦ (ପାକିସ୍ତାନ),ରହିମ ୟାର ଖାନ୍ (ପାକିସ୍ତାନ),ଗାଜିଆବାଦ (ଭାରତ),ଲାହୋର (ପାକିସ୍ତାନ),ସୁକୁର (ପାକିସ୍ତାନ) ଏବଂ ଉଲ୍ଲା (ଭାରତ) ।

Also Read :-Train Ticket Refund Rules 2026: ବଦଳିଲା ଟ୍ରେନ୍ ଟିକେଟ୍ କ୍ୟାନ୍ସଲେସନ୍ ନିୟମ, ଜାଣନ୍ତୁ କେତେ ସମୟ ପୂର୍ବରୁ ଟିକେଟ୍ ବାତିଲ୍ କଲେ ମିଳିବ କେତେ ରିଫଣ୍ଡ୍

ରିପୋର୍ଟରେ ୧୪୩ଟି ଦେଶର ୯,୪୪୬ଟି ସହରର ତଥ୍ୟକୁ ନେଇ ସର୍ଭେ କରାଯାଇଥିଲା । ସେଥିରେ କୁହାଯାଇଛି କି ୫୪ଟି ଦେଶରେ ପିଏମ୍ ୨.୫ ସ୍ତର ବଢ଼ିଛି । କିନ୍ତୁ ୭୫ଟି ଦେଶରେ ଏହା ହ୍ରାସ ପାଇଛି । ଏହି ସମୟ ଭିତରେ ୨ଟି ଦେଶରେ କୌଣସି ପରିବର୍ତ୍ତନ ଘଟିନାହିଁ । ୨୦୨୫ରେ ୧୨ ନୂଆ ଦେଶ ଏଥିରେ ସାମିଲ ହୋଇଛି । ବିଶ୍ୱର ୧୪ ପ୍ରତିଶତ ସହରର ବାୟୁ ଗୁଣବତ୍ତା ଡବ୍ଲ୍ୟୁଏଚ୍ଓ ପକ୍ଷରୁ ଧାର୍ଯ୍ୟ ମାନଦଣ୍ଡ ପୂରଣ କରିଛନ୍ତି । ୨୦୨୫ରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଜଙ୍ଗଲରେ ନିଆଁ ଲାଗିବା ଫଳରେ ପ୍ରଦୂଷଣ ବୃଦ୍ଧି ପାଇଛି ।