ଲାହୋର, ୨୧/୧୦:ପ୍ରାଣ ହରାଇଛନ୍ତି ଅନେକ ପାକିସ୍ତାନୀ ସୈନ୍ୟ । ଅନେକ ଆର୍ମୀ ପୋଷ୍ଟକୁ କବଜା କରାଯାଇଛି । ଭୟରେ କିଛି ଯବାନ ଆତ୍ମ ସମର୍ପଣ ମଧ୍ୟ କରିଛନ୍ତି । ଏନେଇ ଦାବି କରିଛି ବାଲୋଚ୍ ଲିବରେସନ୍ ଆର୍ମୀ । ଗତ ଅକ୍ଟୋବର ୯ ତାରିଖରୁ ୨୦ତାରିଖ ମଧ୍ୟରେ ପାକିସ୍ତାନରେ ପ୍ରାୟ ୩୪ଟି ସଫଳ ଅପରେସନ୍ ହୋଇଥିବା ବିଏଲଏ ଦାବି କରିଛି ।

ବିଏଲଏ ଦାବି କରିଛି ଯେ, ସେମାନେ  ଦିନରେ ୨୩ପାକ୍ ସୈନ୍ୟଙ୍କୁ ନିପାତ କରିଛନ୍ତି । ଏହାମଧ୍ୟରେ ସେନାର୧୪ଜଣ ଯବାନ ଥିବା ବେଳେ ପାକ୍ ଡେଥ୍ ସ୍କ୍ୱାଡର୯ଜଣ ସଦସ୍ୟ ରହିଛନ୍ତି । ଏହାସହ ଜଣେ ଯବାନଙ୍କୁ ସେମାନ ଧରି ନିଜ ପାଖରେ ଅଟକ ରଖିଛନ୍ତି ।

Also Read :- ସାବଧାନ ! ମାତିଛନ୍ତି UPI ଠକ, ପେମେଣ୍ଟ୍ ସକସେସଫୁଲ୍ କିନ୍ତୁ ଆକାଉଣ୍ଟକୁ ଆସୁନି ଟଙ୍କା

ଆହୁରି ମଧ୍ୟ ବିଏଲଏ କହିଛି ଯେ, ସେମାନଙ୍କ ଯୋଦ୍ଧା ପାକିସ୍ତାନର ଅନେକ ଜାତୀୟ ରାଜପଥକୁ କବଜା କରିଛି । ଫଳରେ ଆର୍ଥିକ ଗତିବିଧି ବନ୍ଦ ହୋଇଯାଇଛି । ସେମାନେ ଆର୍ଥିକ ନାକାବନ୍ଦୀ କରିଥିଲେ । ହଠାତକିଛି ଜାଗାରେ ଚେକିଂ କରିଥିଲେ । ଏହାକୁ ପାକ୍ ସେନା ରୋକିବାକୁ ଚେଷ୍ଟା କରିଥିଲା । ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳିମାଡ଼ କରାଯାଇଥିଲା । ଏଥିରେ ସେମାନଙ୍କର ମଧ୍ୟ ୬ ଜଣ ଯୋଦ୍ଧା ପ୍ରାଣ ହରାଇଥିବା ବିଏଲଏ କହିଛି ।