ନୂଆଦିଲ୍ଲୀ, ୨୧/୧୦:ଦିଲ୍ଲୀରେ ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ବିମାନବନ୍ଦରରେ ଭଗଓ୍ୱନ୍ତଙ୍କୁ ରଖାଗଲା ଅଟକ । ଯାହାକୁ ନେଇ ରାଜନୀତି ଜୋର ଧରିଛି । ଘଟଣାକୁ ଆମ୍ ଆଦମୀ ପାର୍ଟି ନିନ୍ଦା କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି ।

ରିପୋର୍ଟ ଅନୁସାରେ, ମାନ୍ ଫ୍ରାନ୍ସ ଗସ୍ତ କରିଥିଲେ । ସେ ଫ୍ରାନ୍ସରୁ ଫେରିଲା ବେଳେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ପ୍ରାୟ ତିନି ଘଣ୍ଟା ଧରି ଅଟକ ରଖାଯାଇଥିଲା । ଆପ୍ ନେତା ସୌରଭ ଭରଦ୍ୱାଜ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

ସୌରଭ ଭରଦ୍ୱାଜ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅହଂକାର ଶେଷ ହେବା ଜରୁରୀ । ରାବଣର ଅହଂକାର ମଧ୍ୟ ଦଶହରାରେ ଶେଷ ହୋଇଥିଲା । ସେହିପରି ଆପ୍ ନେତା ବଲତେଜ୍ ପଲ୍ଲୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଲଗାତାର ଭାବେ ପଞ୍ଜାବୀଙ୍କୁ ଅପମାନ କରୁଛନ୍ତି । ଏଥିପାଇଁ କୌଣସି ସୁଯୋଗ ହାତଛଡା କରୁ ନାହାଁନ୍ତି । ମାନଙ୍କୁ ରାତିରେ ତିନି ଘଣ୍ଟା ଧରି ଅଟକ ରଖାଯାଇଥିଲା । ଏହାସହ ତାଙ୍କ ଉପରେ୫୦ହଜାର ଟଙ୍କାର ଜରିମନା ମଧ୍ୟ ଲଗାଯାଇଛି ।

Also Read :- ଆଜି ଶ୍ରୀମନ୍ଦିରରେ ବିଜୟା ଦଶମୀ, ସୁନାବେଶରେ ସଜ୍ଜିତ ହେବେ ମହାପ୍ରଭୁ

ଅନ୍ୟ ଦିଗରେ ଅକାଳୀ ଦଳର ନେତା ବିକ୍ରମ୍ ସିଂ ମଜିଠିଆ ମାମଲାକୁ ନେଇ ମତ ରଖିଛନ୍ତି । ସେ କହିଛନ୍ତି ଯେ, ଭଗଓ୍ୱନ୍ତ ମାନ୍ ଜନ୍ମଦିନ ପାଳନ କରିବା ପାଇଁ ଫ୍ରାନ୍ସ ଯାଇଥିଲେ । ସେଠାରୁ ସେ ପତ୍ନୀଙ୍କୁ ଧରି ଭାରତ ଫେରିଥିଲେ । ଏହାପରେ ଦିଲ୍ଲୀରେ କଷ୍ଟମ ବିଭାଗ ତାଙ୍କୁ ଆଇନ ଉଲ୍ଲଙ୍ଘନ ନେଇ ତିନି ଘଣ୍ଟା ଧରି ଅପେକ୍ଷା କରାଇଥିଲା । ତାଙ୍କୁ ପଚରାଉଚରା କରାଯାଇଥିଲା । ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ତେବେ ମୁଖ୍ୟମନ୍ତ୍ରୀ ପଦର ଗରିମାକୁ ଦେଖି ତାଙ୍କୁ ଯିବା ପାଇଁ ପରେ ଅନୁମତି ଦିଆଯାଇଥିଲା ।