ନୂଆଦିଲ୍ଲୀ,୦୨/୦୮: ଆଗାମୀ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ପ୍ରସ୍ତୁତି କରୁଛି । ସମସ୍ତ ଖେଳାଳି ଜୋରଦାର ଅଭ୍ୟାସ କରୁଛନ୍ତି । ତେବେ ଏହି ସିରିଜ୍ କୋଚ୍ ଗୌତମ ଗମ୍ଭୀର ଏବଂ ଅଧିନାୟକ ଶୁଭମନ ଗିଲଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହେବ ।

ରିପୋର୍ଟ ଅନୁସାରେ, ଅଗଷ୍ଟ ୧୫ରୁ ୧୯ ତାରିଖ ମଧ୍ୟରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ଓ ଅଗଷ୍ଟ ୨୩ରୁ ୨୭ ତାରିଖ ମଧ୍ୟରେ କଲମ୍ବୋ (ଏସଏସସି)ରେ ଦ୍ଵିତୀୟ ଟେଷ୍ଟ ଖେଳାଯିବ। ଏହି ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳ ଏକ ୪ ଦିନିଆ ଅଭ୍ୟାସ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି। ଅଗଷ୍ଟ ୭ ତାରିଖରୁ ଏହି ଅଭ୍ୟାସ ମ୍ୟାଚ ଆରମ୍ଭ ହେବଭାରତୀୟ ଦଳ ଅଗଷ୍ଟ ୩ ତାରିଖରେ ଶ୍ରୀଲଙ୍କା ଯାତ୍ରା କରିବ।

Also Read :- ଆଜିଙ୍କ୍ୟ ରାହାଣେଙ୍କୁ ପେନସନ୍ ଦେବ BCCI ! ମିଳିବ ମାସକୁ ଏତେ ଟଙ୍କା, ଶୁଣିଲେ ଉଡ଼ିଯିବ ହୋଶ୍

ଗମ୍ଭୀର ଏବଂ ଗିଲଙ୍କ ପାଇଁ ଅଗ୍ନିପରୀକ୍ଷା

ପୂର୍ବତନ ଭାରତୀୟ ଖେଳାଳି ଦୀପ୍ ଦାସଗୁପ୍ତା କହିଛନ୍ତି ଯେ, ଭାରତ ଖରାପ ପ୍ରଦର୍ଶନ ଜାରି ରଖିଲେ ଗୌତମଙ୍କ ଉପରେ ପ୍ରଶ୍ନ ଉଠିବ । କୋଚ୍ ଭାବେ ସେ ନିଜ ଦାୟିତ୍ୱରୁ ଖସି ପାରିବେ ନାହିଁ । ଗତ କିଛି ମ୍ୟାଚର ଫଳାଫଳକୁ ଦେଖିଲେ ଗମ୍ଭୀର ଚାପରେ ଅଛନ୍ତି । ତାଙ୍କ ସହ ଶୁଭମନ ଗିଲ୍ ବି ଚାପରେ ରହିବେ । ଦଳରେ ଏବେ ଅଧିକ ପରିବର୍ତ୍ତନ ହେଉଛି । ଏହାର ରେଜଲ୍ଟ ପଡିଆରେ ଦେଖିବାକୁ ସମସ୍ତେ ଆଶାବାଦୀ ରହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଦଳରେ ଟ୍ରାଞ୍ଜିସନ୍ କଥା ଚାଲିଛି । କିନ୍ତୁ ଭାରତୀୟ ଟେଷ୍ଟ୍ ଦଳ କେଉଁ ଦିଗରେ ଆଗକୁ ବଢୁଛି ତାହା କେହି କହିପାରୁ ନାହାଁନ୍ତି । ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଟ୍ରାଞ୍ଜିସନ୍ ନୁହେଁ । ଦଳ ଜିତିବା ମଧ୍ୟ ଜରୁରୀ ଅଟେ । ଦଳ ପରାଜିତ ହେଲେ କୋଚ୍ ଏବଂ ଅଧିନାୟକ ଜବାବ ଦେବା ଦରକାର । ତେଣୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ଦଳ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।

ଦଳ : ଶୁଭମନ ଗିଲ୍ (ଅଧିନାୟକ),କେଏଲ ରାହୁଲ (ଉପ ଅଧିନାୟକ),ଯଶସ୍ୱୀ ଜୈସ୍ବାଲ,ରିଷଭ ପନ୍ତ, ସାଇ ସୁଦର୍ଶନ,ଧ୍ରୁବ ଜୁରେଲ,ରବିନ୍ଦ୍ର ଜାଡ଼େଜା,କୁଲଦୀପ ଯାଦବ,ମାନବ ସୂତାର,ଯଶପ୍ରୀତ ବୁମରା,ମହମ୍ମଦ ସିରାଜ,ପ୍ରସିଦ୍ଧ କ୍ରିଷ୍ଣା,ଗୁରନୂର ବ୍ରାର,ଦେବଦତ୍ତ ପାଡ଼ିକଲ,ସାରାଂଶ ଜୈନ