ନୂଆଦିଲ୍ଲୀ ୨୮।୦୬; ଲୋକପ୍ରିୟ ଟେଲିଭିଜନ କପଲ ଗୌରବ ଖାନ୍ନା ଏବଂ ଆକାଂକ୍ଷା ଚାମୋଲା। ଦୁହିଁଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଟିଭି ଅଭିନେତ୍ରୀ ଏବଂ ଗୌରବଙ୍କ ପତ୍ନୀ ଆକାଂକ୍ଷା ଯିଏକି ରିଆଲିଟି ଶୋ 'ଲକ୍ ଅପ୍' ସିଜିନ୍ ୨ରେ ପ୍ରବେଶ କରିବା ପରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି।

ଆକାଂକ୍ଷା ଶୋ’ରେ ନିଶ୍ଚିତ କରିଛନ୍ତି ଯେ ସେ ଏବଂ ଗୌରବ ଗତ ବର୍ଷେ ହେବ ଅଲଗା ରହୁଛନ୍ତି । ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ଛାଡପତ୍ର ନେବେ। ଦଶ ବର୍ଷର ବିବାହ ପରେ ଏହି ହଠାତ୍ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଖବର ପ୍ରକାଶ ପରେ, ଗୌରବଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ତାଙ୍କ ସନ୍ତାନ ପାଇଁ ଇଚ୍ଛା ଏବଂ ତାଙ୍କ ବୈବାହିକ ଜୀବନ ବିଷୟରେ ଆଲୋଚନା କରୁଥିବା ଦେଖାଯାଇଥିଲା।

ଗୌରବ ସନ୍ତାନ ଚାହୁଁଥିଲେ

ଛାଡପତ୍ରର ଖବର ଭାଇରାଲ ହେବା ମାତ୍ରେ, ଗୌରବଙ୍କ ଦ୍ୱାରା 'ବିଗ୍ ବସ୍ ୧୯' କୁ ଉଲ୍ଲେଖ କରି ଏକ ପୁରୁଣା ବୟାନ ଦୃଷ୍ଟି ଆକର୍ଷଣ କରିଥିଲା। ଏଥିରେ, ସେ ମୃଦୁଲଙ୍କ ସହ କଥାବାର୍ତ୍ତା କରିବା ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ, "ମୁଁ ନଅ ବର୍ଷ ଧରି ବିବାହିତ, କିନ୍ତୁ ଆମର କୌଣସି ସନ୍ତାନ ନାହିଁ କାରଣ ମୁଁ ମୋ ସ୍ତ୍ରୀର ଇଚ୍ଛାକୁ ସମ୍ମାନ କରେ। ଗୋଟିଏ ସମୟ ଥିଲା ଯେତେବେଳେ ମୁଁ ସନ୍ତାନ ଚାହୁଁଥିଲି, କିନ୍ତୁ ସେ ଏଥିପାଇଁ ପ୍ରସ୍ତୁତ ନଥିଲେ, ଏବଂ ମୁଁ ତାଙ୍କ ଦୃଷ୍ଟିକୋଣକୁ ବୁଝିପାରିଥିଲି। ଗୌରବ ଆହୁରି କହିଥିଲେ ଯେ ପିଲାକୁ ଲାଳନପାଳନ କରିବା ଏକ ବଡ଼ ଦାୟିତ୍ୱ। ସେ ସାରା ଦିନ ସୁଟିଂରେ ବ୍ୟସ୍ତ ରୁହନ୍ତି। ଯଦି ଆକାଂକ୍ଷା ମଧ୍ୟ କାମ କରିବା ଆରମ୍ଭ କରନ୍ତି, ତେବେ ପିଲାର ଦେଖାଶୁଣା କିଏ କରିବ? ସେ ପିଲାକୁ ବାହାର ଲୋକଙ୍କ ଠାରେ ଛାଡିବାକୁ ବିଶ୍ଵାସ କରନ୍ତିନି।

ଆକାଂକ୍ଷା କାହିଁକି ମାଆ ହେବାକୁ ଚାହୁଁ ନଥିଲେ

ଯେତେବେଳେ ଆକାଂକ୍ଷା ବିଗ୍ବସ୍ ଘରେ ଏଣ୍ଟ୍ରି କରିଥିଲେ, ସେତେବେଳେ ସେ ମାଳତୀ ଚହର ଏବଂ ପ୍ରଣୀତ ମୋରେଙ୍କ ସହ କଥାବାର୍ତ୍ତା ସମୟରେ ଫ୍ୟାମିଲି ପ୍ଲାନିଂକୁ ନେଇ ବୟାନ ଦେଇଥିଲେ । ଆକାଂକ୍ଷା କହିଥିଲେ, "ନା, ଏପରି ନୁହେଁ, ମୁଁ ସନ୍ତାନ ଜନ୍ମ କରିବା ପ୍ଲାନିଂ କରୁନି। ମୁଁ ଏପର୍ଯ୍ୟନ୍ତ ସେହି ଇଚ୍ଛା ଅନୁଭବ କରିନାହିଁ, ଏବଂ ଭବିଷ୍ୟତରେ ମଧ୍ୟ ଏହା ମୋ ପାଇଁ ବହୁତ ମୁଶକିଲ ମନେ ହେଉଛି। ମୁଁ ଜାଣିନାହିଁ କାହିଁକି, କିନ୍ତୁ ମୁଁ କେବେ ଭିତରରୁ ସେହି ଆଗ୍ରହ ଅନୁଭବ କରିନି। ମୁଁ ସନ୍ତାନ ଜନ୍ମ କରିବାର ଆବଶ୍ୟକତା ଅନୁଭବ କରେନି।

କଥାବାର୍ତ୍ତା ସମୟରେ, ଯେତେବେଳେ ମାଳତୀ ଆକାଂକ୍ଷାଙ୍କୁ ପଚାରିଲେ ଯେ ସେ ଏହି ଦାୟିତ୍ୱକୁ ଭୟ କରନ୍ତି କି, ଆକାଂକ୍ଷା ଉତ୍ତର ଦେଇଥିଲେ, "ମୁଁ ଏହାକୁ ଭୟ କରେନି । ମୁଁ କେବଳ ଅନୁଭବ କରେ ଯେ ମୁଁ ଏତେ ବଡ଼ ଦାୟିତ୍ୱ ନେଇ ପାରିବିନି । ପିଲା ଜନ୍ମ କରିବା ମିଠା ତିଆରି କରିବା ଭଳି ସରଳ ନୁହେଁ; ଏଥିପାଇଁ ଆପଣ ନିଜ ୧୦୦ ପ୍ରତିଶତ ଦେବାକୁ ପଡିବ। ମୁଁ ମୋର କ୍ୟାରିଅର ଗଢ଼ିବାକୁ ଚାହୁଁଛି; ମୋର ନିଜସ୍ୱ ମହତ୍ତ୍ୱାକାଂକ୍ଷା ଅଛି। କିନ୍ତୁ ଯଦି ଲୋକମାନେ ଏହାକୁ 'ସ୍ୱାର୍ଥପର' ବୋଲି କୁହନ୍ତି, ତେବେ ଏହା ସେମାନଙ୍କର ମତ। ଆଶ୍ଚର୍ଯ୍ୟଜନକ ଭାବରେ, ସେହି ସମୟରେ ଗୌରବ ମଧ୍ୟ ଆଲୋଚନାରେ ଯୋଗ ଦେଇଥିଲେ ଏବଂ ତୁରନ୍ତ ଆକାଂକ୍ଷାଙ୍କ କଥାକୁ ନେଇ କହିଥିଲେ ଯେ ସେ ସ୍ୱାର୍ଥପର ନୁହଁନ୍ତି ବରଂ ତାଙ୍କ ଚିନ୍ତାଧାରାରେ ବହୁତ ପ୍ରାଟିକାଲ

କ’ଣ ପିଲା ପାଇଁ ଭାଙ୍ଗିଗଲା କି ବିବାହ ?

ଗୌରବ ଏବଂ ଆକାଂକ୍ଷା ନଭେମ୍ବର ୨୦୧୬ରେ କାନପୁରରେ ବିବାହ କରିଥିଲେ। ବର୍ତ୍ତମାନ, ଦଶ ବର୍ଷର ବିବାହ ପରେ, ସେମାନଙ୍କ ସମ୍ପର୍କ ଶେଷ ହେବାକୁ ଯାଉଛି। ପ୍ରଶଂସକ ଏବଂ ସୋସିଆଲ ମିଡିଆ ୟୁଜର୍ସମାନେ ଅନୁମାନ କରୁଛନ୍ତି ଯେ ପିଲାର ଅଭାବ ସେମାନଙ୍କ ବିଚ୍ଛେଦର ମୁଖ୍ୟ କାରଣ ହୋଇପାରେ। କାହିଁକି ନା ଗୌରବ ବାପା ହେବାକୁ ଚାହୁଁଥିଲେ, ଆକାଂକ୍ଷା ମାଆ ହେବାର ଦାୟିତ୍ୱ ନେବାକୁ ପ୍ରସ୍ତୁତ ନଥିଲେ। ସବୁଠାରୁ ବଡ କଥା ବର୍ତ୍ତମାନ ଆକାଂକ୍ଷା ଛାଡପତ୍ର ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି। ଗୌରବ ଖାନ୍ନା ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଆଗାମୀ ଏପିସୋଡଗୁଡ଼ିକରେ ଆକାଂକ୍ଷା ତାଙ୍କ ବିବାହ ବିଷୟରେ ଆହୁରି କ’ଣ ପ୍ରକାଶ କରିବେ, ତାହା ଦେଖିବା ପାଇଁ ସମସ୍ତଙ୍କ ନଜର ଏବେ 'ଲକ୍ ଅପ୍ ୨' ଉପରେ ରହିଛି।